ଶହିଦନଗରରେ ୭୮ ତମ ସ୍ଵାଧୀନତା ଦିବସ ଧୂମଧାମରେ ପାଳନ
ଭୁବନେଶ୍ୱର: ଭୁବନେଶ୍ୱର ଶହିଦନଗରରେ ୟୁଥ ଆସୋସିଏସନ ପକ୍ଷରୁ ୭୮ ତମ ସ୍ଵାଧୀନତା ଦିବସ ଧୂମଧାମରେ ପାଳନ ହୋଇଯାଇଛି। ଶହୀଦ ନଗର ହାଇସ୍କୁଲ ପରିସରରେ ଗୁରୁ, ଗୁରୁ ମା ଓ ଛୋଟ, ବଡ ପିଲାମାନଙ୍କ ସହିତ ସ୍ୱାଧୀନତା ଦିବସ ପାଳନ ଅବସରରେ ପିଲାମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ୟୁଥ ଆସୋସିଏସନର ସଦସ୍ୟ। ଉଇନର ଆସୋସିଏସନ ଠାରେ କଳିଙ୍ଗ ଅଟୋ ସଙ୍ଘର ପତାକା ଉତ୍ତୋଳନ କରାଯାଇଥିଲା। ସ୍ୱାଧୀନତା ଦିବସ ଅବସରରେ ୟୁଥ ଆସୋସିଏସନ ସହିଦନଗର ର ସଦସ୍ୟ ମାନଙ୍କ ସହିତ ସ୍ୱାଧୀନତା ଦିବସ ପାଳନ ସହିତ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ସମାଜସେବୀ ଡ ନାରାୟଣ ମହାପାତ୍ର ।