ଆଗାମୀ ୫ ବର୍ଷରେ ବୃଦ୍ଧି ହେବ ୭୫,୦୦୦ ମେଡିକାଲ୍ ସିଟ୍
ନୂଆଦିଲ୍ଲୀ: ଆଜି ଭାରତ ପାଳୁଛି ୭୮ ତମ ସ୍ବାଧିନତା ଦିବସ। ଦିଲ୍ଲୀ ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ କହିଛନ୍ତ ଯେ ୨୦୪୭ ମସିହା ସୁଦ୍ଧା ଦେଶ ହେବ ବିକଶିତ ଭାରତ। ବିକଶିତ ଭାରତ କେବଳ ଏକ ଭାଷଣ ନୁହେଁ। ଏହା ଦେଶ ପାଇଁ ସ୍ବର୍ଣ୍ଣିମ କାଳଖଣ୍ଡ । ଏହି ସ୍ବର୍ଣ୍ଣିମ କାଳଖଣ୍ଡକୁ ହାତଛଡ଼ା କରିବା ଉଚିତ ନୁହେଁ। ଭାରତ ଗ୍ରୀନ ଏନର୍ଜୀ କ୍ଷେତ୍ରରେ ଆଗକୁ ବଢ଼ୁଛି। ମହାକାଶ ବିଜ୍ଞାନରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଭାରତ ଘରୋଇ ସାଟେଲାଇଟ୍ ଉତକ୍ଷିପଣ କରୁଛି। ଇଂରେଜ ଅମଳର ଦଣ୍ଡବିଧାନ ବ୍ୟବସ୍ଥାକୁ ବଦଳାଇଛୁ ଗର୍ଭନାନ୍ସରେ ରିଫର୍ମ ବିକଶିତ ଭାରତର ସ୍ବପ୍ନ ପୂରଣ କରିବ ବୋଲି ପ୍ରକାଶ କରିଛନ୍ତି ମୋଦି। ଦେଶରେ ଆଗାମୀ ୫ ବର୍ଷରେ ୭୫,୦୦୦ ମେଡିକାଲ୍ ସିଟ୍ ବୃଦ୍ଧି କରିବା ପାଇଁ ନିଷ୍ପତି ନେଇଛନ୍ତି ସରକାର। ସିଟ୍ ବଢ଼ିଲେ ଯୁବକ ଯୁବତୀଙ୍କୁ ବିଦେଶ ଯିବାକୁ ପଡ଼ିବ ନାହିଁ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।