କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍

Oct 3, 2023 - 18:36
 7
କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍

ଭୁବନେଶ୍ୱର: କେନ୍ଦ୍ରାପଡ଼ା ପ୍ରସିଦ୍ଧ ମିଠା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍। ଦୀର୍ଘ ଦିନ ହେବ କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ୍ ପାଇଁ ଦାବି ହୋଇ ଆସୁଥିଲା। ଏହାକୁ ଜିଆଇ ଟ୍ୟାଗ୍ ଦେବାକୁ ଦାବି କରିଥିଲା କେନ୍ଦ୍ରାପଡ଼ା ମିଷ୍ଟାନ ରସାବଳି ସଂଘ। ଗୁଣବତ୍ତା ଓ ମାନ ଯାଞ୍ଚ ପରେ ଏହାକୁ ଜିଆଇ ଟ୍ୟାଗ୍ ମିଳିଛି।