ବାଲି ମାଫିଆଙ୍କ ଆକ୍ରମଣରେ ହୋମଗାର୍ଡ ଆହତ

Apr 3, 2025 - 18:41
 3

ମୋରଡ଼ା: ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ତହସିଲ ହରିପୁରରେ ପୋଲିସ୍ କୁ ଆକ୍ରମଣ କଲେ ବାଲି ମାଫିଆ। ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ୍ ଶିଖରପୁରରୁ ଆସୁଥିଲା ୩ଟି ବାଲି ବୋଝେଇ ଗାଡ଼ି। ଗାଡ଼ି ଅଟକାଇବାକୁ ପୋଲିସ୍ କୁ ଆକ୍ରମଣ କରିଛନ୍ତି ବାଲି ମାଫିଆ। ଆକ୍ରମଣରେ ହୋମଗାର୍ଡ ପ୍ରଶାନ୍ତ ସାହୁ ଆହତ ହୋଇଛନ୍ତି।