ଭୁବନେଶ୍ୱରରେ ଦୁର୍ଘଟଣା ପରେ ଡ୍ରାଇଭରଙ୍କୁ ଅପହରଣ

Dec 4, 2023 - 14:01
 8
ଭୁବନେଶ୍ୱରରେ ଦୁର୍ଘଟଣା ପରେ ଡ୍ରାଇଭରଙ୍କୁ ଅପହରଣ

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ଦୁର୍ଘଟଣାକୁ କେନ୍ଦ୍ର କରି ଜଣେ ପିକ୍ ଅପ୍ ଭ୍ୟାନ ଡ୍ରାଇଭରଙ୍କୁ ଅପହରଣ କରାଯାଇଥିଲା । ଗତକାଲି ରାତିରେ ରବି ଟକିଜ୍ ଛକ ନିକଟରେ ଏକ ପିକ୍ ଅପ୍ ଭ୍ୟାନ ଓ ଦିଜେ ଗାଡ଼ି ମଧ୍ୟରେ ସାମାନ୍ୟ ଧକ୍କା ହୋଇଥିଲା। ଏହା ପରେ ଡିଜେ ଗାଡ଼ିରେ ଥିବା ୭ରୁ୮ ଜଣ ଯୁବକ ପିକ୍ ଅପ୍ ଭ୍ୟାନର ଡ଼୍ରାଇଭରଙ୍କୁ ଲକ୍ଷାଧିକ ଟଙ୍କା ମାଗିଥିଲେ। ଡ୍ରାଇଭର ଜଣକ ଟଙ୍କା ନ ଦେବାରୁ ତାଙ୍କୁ ଡିଜେ ଗାଡ଼ିରେ ଥିବା ଯୁବକ ମାନେ ଉଠାଇ ନେଇଥିଲେ। ଏହି ଖବର ପାଇ ବଡଗଡ ଥାନା ଇନ୍ସପେକ୍ଟର ଦୁଇଟି ଭ୍ୟାନ ପଠାଇଥିଲେ। ଶିଶୁପାଳଗଡ଼ ଅଞ୍ଚଳରୁ ଡିଜେ ଗାଡ଼ି ଜବତ କରିବା ସହ ଗ୍ୟାରେଜ ଛକ ନିକଟରୁ ପିକ୍ ଅପ୍ ଭ୍ୟାନର ଡ୍ରାଇଭରକୁ ଉଦ୍ଧାର କରାଯାଇଛି। ଅପହରଣ କରିଥିବା ଯୁବକଙ୍କୁ ଥାନାରେ ଅଟକ ରଖିଛି ପୋଲିସ୍।