୧୦୦ରୁ ଉର୍ଦ୍ଧ ଗଛ କାଟି ରାସ୍ତା ସଫା ଓ ୩୦ରୁ ଉର୍ଦ୍ଧ୍ୱ ଘରକୁ ବିପଦମୁକ୍ତ କଲେ ଅଗ୍ନିଶମ ବାହିନୀ

Oct 24, 2024 - 22:43
 3
୧୦୦ରୁ ଉର୍ଦ୍ଧ ଗଛ କାଟି ରାସ୍ତା ସଫା ଓ ୩୦ରୁ ଉର୍ଦ୍ଧ୍ୱ ଘରକୁ ବିପଦମୁକ୍ତ କଲେ ଅଗ୍ନିଶମ ବାହିନୀ

ଭୁବନେଶ୍ୱର: ଆଜି ଅପରାହ୍ଣ ୪ ଘଟିକା ୩୦ ମିନିଟ୍ ସୁଦ୍ଧା ବାତ୍ୟା ଦାନାର ସଫଳ ମୁକାବିଲା ପାଇଁ ଓଡ଼ିଶାର ବାତ୍ୟା ଆସନ୍ନ ଜିଲ୍ଲା ଗୁଡିକରେ ମୁତୟନ ହୋଇଥିବା କର୍ମଚାରୀମାନେ ବାତ୍ୟା ଦାନାର ପ୍ରଭାବରେ ବର୍ଷା ଓ ପବନ ଦ୍ବାରା ଭାଙ୍ଗି ପଡିଥିବା ବା ଉପୁଡି ପଡ଼ିଥିବା ଗଛ ଗୁଡିକୁ ଯଥାକ୍ରମେ ଘର ଉପରୁ କିମ୍ବା ରାସ୍ତାକୁ ଅବରୋଧ କରିଥିବା ଗଛ ଗୁଡିକୁ କାଟି ସଫାକରି ରାସ୍ତାକୁ ଗମନାଗମନ ଯୋଗ୍ୟ ଓ ଘର ଗୁଡିକୁ ବିପଦମୁକ୍ତ କରିଥିଲେ ଅଗ୍ନିଶମ ବାହିନୀ। ଉକ୍ତ କାର୍ଯ୍ୟରେ ସନ୍ଧ୍ୟା ୪.୩୦ ମିନିଟ୍ ସୁଦ୍ଧା ହସ୍ତଗତ ହୋଇଥିବା ବିବରଣୀ ଅନୁସାରେ ସମୁଦାୟ ୧୦୦ରୁ ଉର୍ଦ୍ଧ ଗଛ କାଟି ରାସ୍ତା ସଫା କରାଯାଇଥିଲା ଓ ୩୦ରୁ ଉର୍ଦ୍ଧ୍ୱ ଘରକୁ ବିପଦମୁକ୍ତ କରାଯାଇଥିଲା । କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜନଗର ବ୍ଲକର ତାଳଚୁଆଠାରେ ଅଗ୍ନିଶମ ଉଦ୍ଧାରକାରୀ ଦଳ ଦ୍ବାରା ଶେଖ ରାଡୋ (ବୟସ-୨୬) ନାମକ ଜଣେ ଗର୍ଭବତୀ ମହିଳାଙ୍କୁ ପାଣିଘେରରୁ ଉଦ୍ଧାର କରି ବାତ ତ୍ୟା ଆଶ୍ରୟସ୍ଥଳୀକୁ ସୁରକ୍ଷିତ ଭାବରେ ସ୍ଥାନାନ୍ତରିତ କରାଯାଇଥିଲା । ଏତଦ୍ ବ୍ୟତୀତ କଟକ, ପୁରୀ, ଭୁବନେଶ୍ବର ର ତଳିଆ ଜଳ ପ୍ଲାବିତ ସମ୍ଭାବ୍ୟ ଅଞ୍ଚଳ ମାନଙ୍କରେ ଜଳ ନିଷ୍କାସନ ନିମିତ୍ତ ଉଚ୍ଚ କ୍ଷମତା ସମ୍ପର୍କ ପମ୍ପ ଗୁଡିକୁ ପ୍ରସ୍ତୁତ ରଖାଯାଇଛି । ରାଜ୍ୟର ପ୍ରଭାବିତ ଅଞ୍ଚଳର ଜନସାଧାରଣ ମାନଙ୍କୁ ବାତ୍ୟା ସମୟରେ କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ତୁରନ୍ତ ନିକଟସ୍ଥ ଅଗ୍ନିଶମ କେନ୍ଦ୍ରକୁ ଖବର ଦେବାଲାଗି, ପରାମର୍ଶ ଦିଆଯାଇଅଛି । ଏଥ୍ ନିମନ୍ତେ ମନ୍ତେ ଅଗ୍ନିଶମ ଏ ଏବଂ ଜରୁରୀକାଳୀନ ନିର୍ଦ୍ଦେଶାଳୟଠାରେ ବାତ ବାତ୍ୟା ସଙ୍କ୍ରାନ୍ତୀୟ ନିୟନ୍ତ୍ରଣ କକ୍ଷ (୦୬୭୧-୨୩୦୩୧୦୧) ଖୋଲା ଯାଇ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।