ଓଡ଼ିଶା ଉପରେ ରହିବନି ବାତ୍ୟାର ବିଶେଷ ପ୍ରଭାବ

Dec 4, 2023 - 13:54
 7

ଭୁବନେଶ୍ୱର: ବାତ୍ୟାର ବିଶେଷ ପ୍ରଭାବ ଓଡ଼ିଶାରେ ରହିବ ନାହିଁ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ମହାପାତ୍ର କହିବା ଅନୁଯାୟୀ, ବାତ୍ୟା କାଲି ଆନ୍ଧ୍ରା ବାପାଟଲାରେ ଉପକୂଳ ଛୁଇଁବ। ସ୍ଥଳଭାଗ ଛୁଇଁ ଉପକୂଳରେ ସମାନ୍ତରାଳ ଭାବରେ ଗତି କରିବ। ଦକ୍ଷିଣ ଓଡ଼ିଶାରେ ଏହା ପହଞ୍ଚିଲା ବେଳକୁ ଦୁର୍ବଳ ହୋଇସାରିଥିବ। ଦକ୍ଷିଣ ଓ ଆଭ୍ୟନ୍ତର ଓଡ଼ିଶାରେ ପବନ କମ୍ ଓ ବର୍ଷା ଅଧିକ ହେବ। ଡିସେମ୍ବର ୪ ତାରିଖ ରାତିରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ଡିସେମ୍ବର ୫ରୁ ବର୍ଷାର ପରିମାଣ ବଢିବ। ତେବେ ରାଜ୍ୟରେ ୩୫ ରୁ ୪୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ବର୍ଷା ଯୋଗୁଁ ପାଚିଲା ଧାନ ଓ ପରିବା ନଷ୍ଟ ହୋଇପାରେ।