ଓଡ଼ିଶାର ସବୁ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ୍ କଲେଜ
ଭୁବନେଶ୍ୱର: ଓଡ଼ିଶାର ସବୁ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ୍ କଲେଜ ବୋଲି ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ମନ୍ତ୍ରୀ କହିଛନ୍ତି ଯେ ଆଗାମୀ ୫ ବର୍ଷରେ ମେଡିକାଲ୍ କଲେଜ ଖୋଲିବା ନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇ କାମ ଆରମ୍ଭ ହେବ। ରାଜ୍ୟରେ ଏବେ ୧୧ଟି ମେଡିକାଲ୍ କଲେଜ ଚାଲିଛି । ଆଉ ଦୁଇଟି ମେଡିକାଲ୍ କଲେଜ ତାଳଚେର ଓ କନ୍ଧମାଳରେ ଶୀଘ୍ର ଖୋଲିବାକୁ ଯାଉଛି। ରାଜ୍ୟରେ ମୋହନ ସରକାରଙ୍କୁ ପୁରିଛି ୧୦୦ ଦିନ।