ଢେଙ୍କାନାଳରେ ପଞ୍ଚାୟତ କାର୍ଯ୍ୟାଳୟରୁ ଲୁଟ୍

Feb 7, 2024 - 14:12
 7

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ବାଉଁଶପାଳ ପଞ୍ଚାୟତ କାର୍ଯ୍ୟାଳୟରୁ ଲୁଟ୍ ହୋଇଥିବା ଜଣାପଡ଼ିଛି। ଗତକାଲି ରାତିରେ ତାଲା ଭାଙ୍ଗି ଦୁର୍ବୃତ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ପଶିଥିଲେ। ଟିଭି, ଇନ୍ଭର୍ଟର ଓ କମ୍ପ୍ୟୁଟର ସହ ୫ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି।