ସମ୍ବଲପୁରରେ ଦୁର୍ଦ୍ଧାନ୍ତ ଅପରାଧୀକୁ ଏନକାଉଣ୍ଟର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳରେ ପୋଲିସ୍ ଏନକାଉଣ୍ଟରରେ ଦୁର୍ଦ୍ଧାନ୍ତ ଅପରାଧୀ ସୀତାରାମ ଷଡ଼ଙ୍ଗୀ ଆହତ ହୋଇଛି। ଖସି ପଳାଇବାକୁ ଉଦ୍ୟମ କରି ସୀତାରାମ ପୋଲିସ୍ ଉପରକୁ ଗୁଳି ଚାଳନା କରିଥିଲା। ପୋଲିସ୍ ପାଲଟା ଗୁଳିଚାଳନା କରିବାରୁ ସୀତାରାମର ବାମ ଗୋଡ଼ରେ ବାଜିଛି ଗୁଳି। ସୀତାରାମ ଠାରୁ ଗୋଟିଏ ଦେଶୀ ପିସ୍ତଲ୍, ଗୋଟିଏ ଜୀବନ୍ତ ଗୁଳି, ୧ ଲକ୍ଷ ଟଙ୍କା ଓ ବାଇକ୍ ଜବତ କରିଛି ପୋଲିସ୍। ଓଡ଼ିଶାର ବିଭିନ୍ନ ଜିଲ୍ଲାର ଥାନାରେ ସୀତାରାମ ନାମରେ ୨୫ ରୁ ଅଧିକ ଅପରାଧିକ ମାମଲା ରହିଛି।