ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ଆଭାସୀ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ବର: ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ଏକ ଆଭାସୀ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅଶନ୍ତା ଦିନ ରେ ମାସ ର ଦ୍ୱତୀୟ ଶନିବାର ୭ଘଟିକା ରୁ ୮:୩୦ ପର୍ଯ୍ୟନ୍ତ ଆଭାସୀ ଦ୍ୱାରା ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମ କୁ ଡ଼ ନାରାୟଣ ମହାପାତ୍ର ସଂଯୋଜନା କରିଥିଲେ । ଶ୍ରୀ ତ୍ରିଲୋଚନ ନାୟକ ପ୍ରାରମ୍ଭିକ ପ୍ରାର୍ଥନା କରି ସାରିବା ପରେ, ଶ୍ରୀ ବୀଜୟ କୁମାର ସାହୁ ସମସ୍ୟା ସମାଧାନ ନିମନ୍ତେ ସକାରାତ୍ମକ ରହିବା ପାଇଁ ପରାମର୍ଶ ଦେଇଥିଲେ । ଶ୍ରୀ ଜଗନ୍ନାଥ କଥାମୃତ କାର୍ଯ୍ୟକ୍ରମ ରେ ପ୍ରଫେସର ସୁରେନ୍ଦ୍ର ନାଥ ଦାସ ଓ ପୁରୀ ଭକ୍ତ ସମାଜ ର ସମ୍ପାଦକ ଶ୍ରୀ ଶଶିକାନ୍ତ ରଥ ମହାପ୍ରଭୁ ଜଗନ୍ନାଥ ଙ୍କ ଉପରେ ବହୁ ରୋଚକ ପୂର୍ଣ୍ଣ ତଥ୍ୟ ସମସ୍ତଙ୍କୁ ଅବଗତ କରାଇଥିଲେ। ଶ୍ରୀ ଭାରତୀ ଭୂଷଣ ପଟ୍ଟନାୟକ, ଅନାମିକା ସ୍ୱାଇଁ ପଟ୍ଟନାୟକ, ସ୍ଵର୍ଣ୍ଣଲତା ପାଣି ସୋନାଲିକା ନାୟକ ପ୍ରମୁଖ ଭଜନ ପରିବେଷଣ କରିଥିଲେ । ଆଗାମୀ ଦିନରେ ଆମେ ମାନେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଷୟରେ ଭଜନ ଓ କଥାମୃତ ଓଡ଼ିଆ ଇଂଲିଶ ଓ ହିନ୍ଦୀ ରେ ପ୍ରଚାର ଓ ପ୍ରସାର କରିବାକୁ ଚେଷ୍ଟା କରିବା, ତତ ସହ ଦୈନ ଦିନ ଜୀବନ ର ସମସ୍ୟା କୁ କିପରି ଆଲୋଚନା ମାଧ୍ୟମ ରେ ସମାଧାନ କରିବାକୁ ଚେଷ୍ଟା କରିବା ବୋଲି କାର୍ଯ୍ୟକ୍ରମ ରେ ପ୍ରକାଶ ପାଇଛି। ବରିଷ୍ଠ ସଦସ୍ୟ ବଂଶୀଧର ନାୟକ ଜନ ଜୀବନ ପାଣି ଅଞ୍ଜଳି ସିଂ ରଡ଼ ଆରତୀ କର ଅନପୂର୍ଣା ମିଶ୍ର ପ୍ରମୋଦିନୀ ପଣ୍ଡା ସ୍ୱାଧୀନ ମହାନ୍ତି ବିନୟ ନାୟକ ମଧ୍ୟ ଯୋଗ ଦେଇଥିଲେ । ଏହି ଆଭାସୀ ଆଲୋଚନା ରେ ପୁରୀ ବରହମପୁର କଟକ ଓ ଓଡିଶା ର ବିଭିନ୍ନ ଜାଗାରୁ ଜଗନ୍ନାଥ ଙ୍କ ଭକ୍ତ ମାନେ ଯୋଗ ଦେଇଥିଲେ । ଶେଷରେ ମିଳିତ ଭାବେ ଜଗତ ର ଓ ସମସ୍ତ ଙ୍କ ର କଲ୍ୟାଣ ନିମନ୍ତେ ପ୍ରାର୍ଥନା କରାଯାଇ ଥିଲା ବରିଷ୍ଠ ସଦସ୍ୟ ଶ୍ରୀ ସୁରେଶ କୁମାର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଯେଉଁ ମାନେ ଏହି କାର୍ଯ୍ୟକ୍ରମ ରେ ଭଜନ ଏବଂ କଥାମୃତ ଓଡ଼ିଆ,ଇଂଲିଶ ଓ ହିନ୍ଦୀ ରେ କହିବାକୁ ଇଛୁକ ଆମକୁ ଆଗରୁ ସୂଚନା ଦେବେ । ଆମେ ସମାଜ ମଙ୍ଗଳ ପାଇଁ କେତେ କାର୍ଯ୍ୟ କରୁଛେ ତାହା ଗୁରୁତ୍ୱପୂର୍ଣ ନୁହେଁ, କିନ୍ତୁ ଆମର ସେହି କାର୍ଯ୍ୟ କେତେ ସ୍ନେହ ଭରା ତାହା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସସ୍ଥାନ(ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ) ପକ୍ଷରୁ ମତବ୍ୟକ୍ତ କରାଯାଇଛି।