ଭୁବନେଶ୍ବରରେ ସିରିଜ୍ ବୋମାମାଡ଼
ଭୁବନେଶ୍ୱର: ଭୁବନେଶ୍ୱରର ୨ଟି ସ୍ଥାନରେ ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ ହୋଇଛି।
ବାପୁଜୀନଗର କେଦାରପଲ୍ଲୀ ବସ୍ତିରେ ବୋମା ଫିଙ୍ଗିଲେ ଦୁର୍ବୃତ୍ତ ।
କେଦାରପଲ୍ଲୀ ଲେନ୍-୧ ଓ ବରହମପୁର ଗଳି ବସ୍ତିରେ ବୋମାମାଡ଼ କରି ବାଇକ୍ ରେ ଫେରାର ହୋଇଗଲେ ଦୁଇ ଜଣ ଦୁର୍ବୃତ୍ତ।
ବୋମାମାଡ଼ରେ ଜଣେ ନାବାଳକ ଓ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି।
ଆହତଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି।
ସିସିଟିଭି ଫୁଟେଜ୍ ଆଧାରରେ କ୍ୟାପିଟାଲ୍ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।