ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତିର କାର୍ଯ୍ୟକାରୀ ସଦସ୍ୟ ଦିବଂଗତ ରବିନାରାୟଣ ମିଶ୍ରଙ୍କ ବିୟୋଗ
ଭୁବନେଶ୍ୱର: ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତିର କାର୍ଯ୍ୟକାରୀ ସଦସ୍ୟ ଦିବଂଗତ ରବିନାରାୟଣ ମିଶ୍ରଙ୍କ ବିୟୋଗ ଆଜି ଦିନ ୧୧ ଘଟିକାରେ ଘଟିଛି। ଏହି ଘଟଣା ଆମ ସମସ୍ତଙ୍କୁ ଦୁଃଖିତ କରିଛି ବୋଲି ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ସଦସ୍ୟ ମାନେ ଭୁବନେଶ୍ୱର ସାମନ୍ତରାପୁର ମା ଭୂଆସୁଣୀ ମନ୍ଦିର ସମ୍ମୁଖରେ ଏକ ଶୋକ ସଭାରେ ପ୍ରକାଶ କରିଛନ୍ତି। ତାଙ୍କର ଅମର ଆତ୍ମା ର ସଦଗତି ହେଉ, ଏତିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଆମର କାମନା ବୋଲି କହିଛନ୍ତି ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତିର ସମ୍ପାଦକ ପ୍ରଭାକର ମଲ୍ଲିକ। ଏହି ସଭାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।