ରାଧାଙ୍କ ପୀଡ଼ା
ସଞ୍ଜୟ ପଟ୍ଟନାୟକ:-
କୃଷ୍ଣ ଓ ରାଧା ସ୍ବର୍ଗରେ ବିଚରଣ କରୁଥିବା ବେଳେ, ହଠାତ ମୁହାଁ- ମୁହିଁ ହେଇଗଲେ।
ବିଚଳିତ ଥିଲେ କୃଷ୍ଣ, ଖୁସି ଦେଖାଯାଉଥିଲେ ରାଧା...
କୃଷ୍ଣ ଅସମଞ୍ଜସ ଅନୁଭବ କଲେ, ରାଧା ମୁରୁକି ହସୁଥିଲେ।
କୃଷ୍ଣ କିଛି କହନ୍ତେ, ତା ପୂର୍ବରୁ ରାଧା କହିଉଠିଲେ:
କେମିତି ଅଛ ଦ୍ୱାରକାଧୀଶ?
ଯୋଉ ରାଧା ସର୍ବଦା କୃଷ୍ଣଙ୍କୁ କାହ୍ନା, କାହ୍ନା ଡାକୁଥିଲେ, ତାଙ୍କ ମୁହଁରୁ "ଦ୍ୱାରକାଧୀଶ" ଶବ୍ଦ ଶୁଣି କୃଷ୍ଣଙ୍କୁ ହୃଦୟରୁ ଆଘାତ ଦେଲା।
ତଥାପି କୌଣସି ପ୍ରକାରେ ନିଜକୁ ସମ୍ଭାଳି ନେଲେ,
ଓ ରାଧାଙ୍କୁ କହିଲେ...
ମୁଁ ତ ତୁମ ପାଇଁ ଆଜି ବି କାହ୍ନା, ତମେ ଦ୍ୱାରକାଧୀଶ କହିବା ଛାଡ, ଆସ ବସି ପଡ, କିଛି ମୁଁ କହିବି, କିଛି ତମେ କହିବ।
ସତ କହୁଛି ରାଧା,
ଯେବେ, ଯେବେ ତମେ ମନେ ପଡୁଥିଲ, ଏଇ ଆଖିରୁ ଟୋପା, ଟୋପା ଲୁହ ଝରିଆସୁଥିଲା।
ରାଧା କହିଲେ:
ମୋ ସହିତ ଏମିତି କିଛି ଘଟି ନାହିଁ,
ନା ତମେ ମନେ ପଡିଲ, ନା ମୋ ଆଖିରୁ ଲୁହ ଝରିଲା।
ମୁଁ ତୁମକୁ କେବେ ଭୂଲିଥିଲି ଯେ ମନେ ପଡନ୍ତ,
ଏଇ ଆଖିରେ ସର୍ବଦା ତମେ ରହିଥିଲ,
ଲୁହ ସହିତ କାଳେ ତମେ ବାହାରି ନ ଯାଅ, ତେଣୁ ଭୟରେ କାନ୍ଦୁନଥିଲି।
ପ୍ରେମର ସ୍ବରୂପ ବଦଳିଯିବାରୁ, ଜାଣିଛ କୃଷ୍ଣ ତମେ କଣ ହରାଇଲ ଏହାର ପ୍ରତିଫଳନ ଦେଖେଇବି କି ?
କିଛି କଟୁ ସତ୍ଯ, ପ୍ରଶ୍ନ କଲେ ଉତ୍ତର ଦେଇପାରିବ?
କେବେ ଭାବିଥିଲ, ଏତେ ପ୍ରସିଦ୍ଧିଲାଭ କଲା ପରେ ତମେ କେତେ ପଛେଇଯାଇଛ?
ଯମୁନାର ମିଠା ପାଣିରୁ ଜୀବନ ଆରମ୍ଭ କରିଥିଲ ଏବଂ ସାଗରର ଲୁଣି ପାଣି ପର୍ଯ୍ୟନ୍ତ ପହଞ୍ଚିଗଲ।
ଗୋଟାଏ ଆଙ୍ଗୁଳିରେ ଚାଲୁଥିବା ସୁଦର୍ଶନ ଚକ୍ର ଉପରେ ଭରସା କରିନେଲ, ଏବଂ
ଦଶ ଆଙ୍ଗୁଳିରେ ଚାଲୁଥିବା ବଂଶୀକୁ ଭୂଲିଗଲ।
କାହ୍ନା ଯେବେ ତମେ ପ୍ରେମ ରେ ବନ୍ଧା ଥିଲ,
ସେତେବେଳେ...
ଯେଉଁ ଆଙ୍ଗୁଠି ଗୋବର୍ଦ୍ଧନ ପର୍ବତ ଉଠାଇ ଲୋକଙ୍କୁ ବିନାଶରୁ ରକ୍ଷା କରୁଥିଲା,
ପ୍ରେମରୁ ପୃଥକ ହେଲାପରେ ସେହି ଆଙ୍ଗୁଳି,
କଣ, କଣ ରଙ୍ଗ ଦେଖେଇଲା?
ସୁଦର୍ଶନ ଚକ୍ର ଉଠାଇ ବିନାଶ କାର୍ଯ୍ଯରେ ବିନିଯୋଗ କଲ।
କାହ୍ନା ଓ ଦ୍ୱାରକାଧୀଶ ମଧ୍ଯରେ କଣ ଫରକ ଅଛି, କହିବି କି?
କାହ୍ନା ହେଇଥିଲେ ତମେ ସୁଦାମାଙ୍କ ଘରକୁ ଯାଉଥାନ୍ତ, ସୁଦାମା ତୁମ ଘରକୁ ଆସିନଥାନ୍ତେ...
ଯୁଦ୍ଧ ଓ ପ୍ରେମରେ ଏଇତ ଫରକ।
ଯୁଦ୍ଧରେ ତମେ ଜୀବନ ନେଇ ଜିତିଥାଅ, ପ୍ରେମରେ ତମେ ନିଜ ଜୀବନ ଉତ୍ସର୍ଗ କରି ହୃଦୟ ଜିତିଥାଅ।
କାହ୍ନା ପ୍ରେମରେ ଡୁବିଥିବା ବ୍ଯକ୍ତି,
ଦୁଃଖିତ ହୋଇପାରେ, କିନ୍ତୁ କାହାକୁ ଦୁଃଖ ଦିଏ ନାହିଁ।
ତୁମେ ତ ଅନେକ କଳାକୌଶଳର ମାଲିକ ଅଟ...
ସ୍ବୟଂ ଦୂରଦ୍ରଷ୍ଟା, ଗୀତା ଭଳି ଗ୍ରନ୍ଥର ମୂଳାଧାର।...
କିନ୍ତୁ ଆପଣ କଣ ନିର୍ଣୟ ନେଲେ, ନିଜର ପୁରା ସୈନ୍ଯ କୌରବଙ୍କୁ ସମର୍ପିତ କରିଦେଲେ?
ଏବଂ ନିଜକୁ ପାଣ୍ଡବଙ୍କ ପକ୍ଷରେ କରିନେଲ?
ସେନା ତ ଆପଣଙ୍କ ପ୍ରଜା ଥିଲେ,
ରାଜା ତ ପ୍ରଜାଙ୍କ ପାଳନକର୍ତ୍ତା,
ତାଙ୍କର ରକ୍ଷକ ହେବା କଥା।
ତୁମ ଭଳି ମହାଜ୍ଞାନୀ
ସେଇ ରଥକୁ ଚଲାଉଥିଲ ଯେଉଁ ରଥରେ ଅର୍ଜୁନ ବସିଥିଲେ।
ତମ ସେନାଙ୍କୁ ଅର୍ଜୁନ ମାରୁଥିଲେ, ପ୍ରଜାଙ୍କ ମରିବା ଦେଖି,
କେମିତି ତୁମକୁ କରୁଣା ଆସିଲା ନାହିଁ?
କାରଣ ତମେ ପ୍ରେମଶୂନ୍ଯ ହୋଇ ଯାଇଥିଲ।
ଆଜି ମଧ୍ଯ ମର୍ତ୍ତ୍ୟପୁରକୁ ଯାଇ ଦେଖ,
ତମେ ଦ୍ୱାରକାଧୀଶ ଛବିକୁ ଖୋଜିବାରେ ଲାଗିଯିବ।
ପ୍ରତ୍ୟେକ ଘର ଏବଂ ପ୍ରତ୍ୟେକ ମନ୍ଦିରରେ
ତମେ ମୋ ସହିତ ଶୋଭା ପାଉଥିବ।
ଆଜି ମଧ୍ଯ ମୁଁ ବିଶ୍ବାସ କରେ,
ଲୋକେ ଗୀତାର ଜ୍ଞାନ ବିଷୟରେ ଚର୍ଚ୍ଚା କରନ୍ତି,
ତାହାର ଗୁରୁତ୍ବକୁ ବୁଝନ୍ତି।
କିନ୍ତୁ, ଏହି ମର୍ତ୍ତ୍ୟଲୋକର ଲୋକମାନେ,
ଯୁଦ୍ଧ କରୁଥିବା ଦ୍ୱାରକାଧୀଶ ଉପରେ ନୁହଁ,
ବରଂ ପ୍ରେମ ଅଜାଡୁଥିବା ସେ କାହ୍ନା ଉପରେ ଭରସା କରନ୍ତି।
ମୋ ନାଁ ଗୀତାରେ କୋଉଠି ଉଲ୍ଲେଖ ନାହିଁ, କିନ୍ତୁ ଆଜି ମଧ୍ଯ ଗୀତାର ସମାପନରେ ଲୋକେ ରାଧେ, ରାଧେ କହିଥାନ୍ତି।