୨୧ରୁ ରତ୍ନଭଣ୍ଡାରର ବୈଷୟିକ ସର୍ଭେ
ପୁରୀ: ସେପ୍ଟେମ୍ବର ୨୧ ତାରିଖରୁ ୩ ଦିନ ଧରି ଚାଲିବ ରତ୍ନଭଣ୍ଡାର ବୈଷୟିକ ସର୍ଭେ। ବୈଷୟିକ ସର୍ଭେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨୧, ୨୨ ଓ ୨୩ ତାରିଖରେ ହେବ ରତ୍ନଭଣ୍ଡାରର ବୈଷୟିକ ସର୍ଭେ। ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ସର୍ଭେ କରାଯିବ। ରତ୍ନଭଣ୍ଡାର ନିରୀକ୍ଷଣ ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ।