ନଭେମ୍ବର ୨୪ ଯାଏ ବାଲିଯାତ୍ରା ପଡ଼ିଆ ଓ ଆଖପାଖ ରାସ୍ତାରେ ୧୬୩ ଧାରା ଜାରି
କଟକ: ନଭେମ୍ବର ୨୪ ଯାଏ ବାଲିଯାତ୍ରା ପଡ଼ିଆ ଓ ଆଖପାଖ ରାସ୍ତାରେ ୧୬୩ ଧାରା ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ। ବାଲିଯାତ୍ରା ବେଳେ ଫୁଟ୍ପାଥରେ ବସିପାରିବେନି ଉଠାଦୋକାନୀ। ନଭେମ୍ବର ୨୪ ଯାଏ ନିଷେଧାଦେଶ ଜାରି ହୋଇଛି। ଯୋବ୍ରାରୁ ଚହଟା, ବାଲିଯାତ୍ରା ପଡ଼ିଆ ଓ ଆଖପାଖ ରାସ୍ତା ପାଇଁ ଲାଗୁ କରାଯାଇଛି। ସଂପୃକ୍ତ ଅଞ୍ଚଳରେ ୧୬୩ ଧାରା ଜାରି କଲା ପ୍ରଶାସନ। ତଳ ବାଲିଯାତ୍ରା ପଡ଼ିଆରେ ଉଠା ଦୋକାନୀଙ୍କ ପାଇଁ ଜାଗା ଚିହ୍ନଟ କରାଯାଇଛି। ୟୁଜର ଫି’ ଦେଇ ବ୍ୟବସାୟ କରିପାରିବେ ଉଠାଦୋକାନୀ। ଖିଲାପ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ।