ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୦୮ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

Nov 5, 2023 - 15:54
 9
ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୦୮ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ବର: ଭୁବନେଶ୍ୱର ରେଣ୍ଟାଲ କଲୋନୀ ରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର (କନକ ଦୂର୍ଗା ମନ୍ଦିର) ସହିଦ ଲକ୍ଷ୍ମଣ ନାୟକ ଉନ୍ନୟନ ପରିଷଦ ରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତି ଙ୍କ ସଭାପତିତ୍ବରେ ୨୦୮ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ରୁ ଭଜନ କାର୍ଯ୍ୟକ୍ରମ କରାଯାଇ ପ୍ରବଚନ କାର୍ଯ୍ଯକ୍ରମ କରାଯାଇଥିଲା। ମନ୍ଦିର କର୍ମକର୍ତ୍ତା ଓ କର୍ପୋରେଟର ପିଙ୍କି ସ୍ଵାଇଁ ପ୍ରବାଚକ ମହୋଦୟ ଙ୍କୁ ସ୍ଵାଗତ କରି ସମ୍ଵର୍ଦ୍ଧିତ କରିଥିଲେ। ପ୍ରବାଚକ ଶ୍ରୀଯୁକ୍ତ ଅନନ୍ତ ଗୋପାଳ ପଣ୍ଡା ସ୍କନ୍ଦ ପୁରାଣ ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଷୟ ରେ ବହୁତ ସୁନ୍ଦର ଭାବେ ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଉପଦେଷ୍ଟା ପ୍ରଭାତ କୁମାର ପଣ୍ଡା, ରବିନାରାୟଣ ମିଶ୍ର, ବାଳକୃଷ୍ଣ ପଣ୍ଡା, ଉପସଭାପତି ରବି ନାରାୟଣ ମହାପାତ୍ର, ସମ୍ପାଦକ ନାରାୟଣ ମହାପାତ୍ର, ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ,ବିଷ୍ନୁ ମହାନ୍ତି, ଅଖିଳ କୁମାର ସାହୁ, ଅଶୋକ କୁମାର ବଳ, ବଂଶୀଧର ନାୟକ, ତ୍ରିଲୋଚନ ନାୟକ, ନିରଞ୍ଜନ ପଣ୍ଡା ଅକ୍ଷୟ କୁମାର ସାହୁ, ସୁରେନ୍ଦ୍ର ନାୟକ ଓ ସନ୍ଧ୍ୟାରାଣୀ ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଧିବାସୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇ ମହାପ୍ରଭୁଙ୍କ ଦର୍ଶନ, କଥାମୃତ ଶୁଣିଥିଲେ ଓ ପ୍ରସାଦ ସେବନ କରିଥିଲେ।