ଭୁବନେଶ୍ୱର ରେଞ୍ଜ ରୋଭର ଦୁର୍ଘଟଣା: ଜାତୀୟ ମାନବାଧିକାର କମିଶନରେ ମାମଲା

Nov 5, 2023 - 15:56
 6

ଭୁବନେଶ୍ୱର: ଭୁବନେଶ୍ୱରରେ ହେଇଥିବା ରେଞ୍ଜ ରୋଭର ଗାଡ଼ି ଦୁର୍ଘଟଣାରେ ଜଣେ ଯୁବତୀଙ୍କ ମୃତ୍ୟୁ ପରେ ଜାତୀୟ ମାନବାଧିକାର କମିଶନରେ ହୋଇଛି ମାମଲା। 'ନ୍ୟାୟ ପାଇଁ ଲଢେ଼ଇ ପାରିବାର' ପକ୍ଷରୁ ଅଭଯୋଗ ପରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି। ମୃତ ଯୁବତୀଙ୍କୁ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ ପାଇଁ ଦାବି କରାଯାଇଛି। ମାମଲାରେ ଗୃହ ସଚିବ, ପୋଲିସ୍ ଡିଜି ଓ ପୋଲିସ୍ କମିଶନରଙ୍କୁ ପକ୍ଷଭୁକ୍ତ କରଯାଇଛି। ଗତ ୩୧ ତାରିଖରେ ଯାଜପୁର ଜିଲ୍ଳା ବାରି ବ୍ଲକ୍ ର ଲୋପାମୁଦ୍ରା ସାହୁ ଏବଂ ତାଙ୍କ ସମ୍ପର୍କୀୟ କାହ୍ନୁ ଚରଣ ନାୟକ ୟୁନିଟ୍ ୮ ପାୱାର ହାଉସ୍ ଛକରେ ଦୁର୍ଘଟଣାର ଶୀକାର ହୋଇଥିଲେ। ତାଙ୍କୁ ଏକ ରେଞ୍ଜ ରୋଭର ଗାଡ଼ି ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି କାହ୍ନୁ ଚରଣ ନାୟକ। ଏହି ଘଟଣାରେ ଗାଡ଼ି ଚାଳକ ଗିରଫ ହୋଇଛନ୍ତି।