୪୨ ମୌଜ଼ା ଶାନ୍ତି କମିଟିର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ
କଟକ : କଟକ ୪୨ ମୌଜ଼ା ଶାନ୍ତି କମିଟିର କାର୍ଯ୍ୟକାରି କମିଟି ବୈଠକ କଦମ୍ବେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶାନ୍ତି କମିଟିର ସଭାପତି ସାହିତ୍ୟିକ ଶରତ ଚନ୍ଦ୍ର ରାୟ ସଭାପତିତ୍ୱ କରିଥିଲେ । ଶାନ୍ତି କମିଟିର ସମସ୍ତ ସଭ୍ୟ ମାନଙ୍କୁ ନେଇ ଏକ ସାଧାରଣ ବୈଠକ ଆସନ୍ତା ୨୬ ତାରିଖ ପୂର୍ବାହ୍ନରେ କଦମ୍ବେଶ୍ୱର ମନ୍ଦିରରେ ଅନୁଷ୍ଠିତ ହେବ ବୋଲି ସମସ୍ତ କାର୍ଯ୍ୟକାରୀ କମିଟି ସଭ୍ୟ ବୃନ୍ଦ ସ୍ଥିର କରିଛନ୍ତି । ଆସନ୍ତା ଏପ୍ରିଲ ମାସ ୨୬ ତାରିଖ ସମସ୍ତ ସଭ୍ୟ ଉପସ୍ଥିତି ରହି ନିଜର ମତ ପ୍ରଦାନ କରି ବାକୁ କମିଟି ପକ୍ଷରୁ ଘୋଷଣା କରା ଯାଇଛି । ପ୍ରସାଦ ସେବନର ବ୍ୟବସ୍ଥା ରହିଅଛି । ଏହି କାର୍ଯ୍ୟକାରୀ କମିଟି ବୈଠକରେ ପ୍ରସନ୍ନ କୁମାର ମହାନ୍ତି,ପ୍ରଫୁଲ ମହାପାତ୍ର,ଜୟ କୃଷ୍ଣ ମୁଦୁଲି, ପୀତବାସ ବେଉରା,ରୁଦ୍ର ନାରାୟନ ଦାସ,ଜିତୁଦେବତା,ଶ୍ରଦ୍ଧାକାନ୍ତ ମହାନ୍ତି,ଜଜ କୁମାର ମହାନ୍ତି, ସନ୍ତୋଷ କୁମାର ପତି ପ୍ରମୁଖ ଉପସ୍ଥିତ ଥିଲେ ।