ଓଡିଶାର ଗ୍ରାମୀଣ ଜନ ଜୀବନରେ ଭାଗବତ ଟୁଙ୍ଗି ଓ ପଖାଳ ଅବିଛେଦ୍ୟ ଅଙ୍ଗ: ମହନ୍ତ ରାମକୃଷ୍ଣ ଦାସ ମହାରାଜ

ଭୁବନେଶ୍ୱର: ବିଗତ ଦିନର ଭାଗବତ ଟୁଙ୍ଗି ଓ ପଖାଳ ସମ୍ମନ୍ଧରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂଜ୍ୟ ମହନ୍ତ ରାମକୃଷ୍ଣ ଦାସ ମହାରାଜ ବିଶିଷ୍ଟ ଅତିଥି ଭାବେ ପଦ୍ମଶ୍ରୀ ଅଶୋକ ମହାପାତ୍ର, ଡ଼ ଜୟନ୍ତ ପଣ୍ଡା, ଶ୍ରୀଜଗନ୍ନାଥଙ୍କ ମନ୍ଦିର ପୁରୋହିତ ପୂଜ୍ୟ ପଣ୍ଡିତ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଡ଼ ବନୋଜ ରାୟ,ଡ଼ ପ୍ରଦୀପ ଆଚାର୍ଯ୍ୟ,ଶ୍ରୀ ପ୍ରଭାକର ମଲ୍ଲିକ ନିରଞ୍ଜନ ଦାଶ ବୈକୁଣ୍ଠ ମହାପାତ୍ର ଶ୍ରୀ ସୁରେଶ ଦାଶ ପ୍ରମୁଖ ଯୋଗ ଦେଇ ତାଙ୍କର ଆଶ୍ରି ବଚନ ପ୍ରଦାନ କରିଥିଲେ । ସଭା ପ୍ରାରମ୍ଭରୁ ଡ଼ ସୁଶୀଲ ପଟ୍ଟନାୟକ ଶୈଳେନ୍ଦ୍ର ବାବୁ ସ୍ବର୍ଣ୍ଣ ଲତା ପାଣି ଅନାମିକା ସ୍ୱାଇଁ ପଟ୍ଟନାୟକ ଭାରତୀ ଭୂଷଣ ପଟ୍ଟନାୟକ ପୁଷ୍ପଲତା ରାଉତ ରାୟ ପ୍ରମୁଖ ପାରମ୍ପରିକ ଭଜନ ପରି ବେଷଣ କରି ଥିଲେ । ଏହି ଅବସରରେ ଜଗନ୍ନାଥ ପରିବାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ କ୍ଷେତ୍ର ରେ ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇ ଥିଲା, ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ପରିବାରର ଆବାହକ ଶ୍ରୀଭଗବାନ ଦାଶ ଡ଼ ନାରାୟଣ ମହାପାତ୍ର ତ୍ରିଲୋଚନ ନାୟକ ବଂଶୀଧର ନାୟକ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରି ଥିଲେ,ପୂର୍ବରୁ ଗାଁ ଗାଁ ର ଲୋକ ମାନେ ଦିନ ସାରା ନିଜ କାମ ସାରି ପଖାଳ କଂସେ ଖାଇ ଭାଗବତ ଟୁଙ୍ଗି ରେ ଏକାଠି ହୋଇ ଗ୍ରାମୀଣ ସଂସ୍କୃତି ପରମ୍ପରା ଓ ଭାଇ ଚାରା ଭାବକୁ ବାନ୍ଧି ରଖୁଥିଲେ, ପ୍ରଥମେ ଏହି ଭାଗବତ ଟୁଙ୍ଗି ପୁରୀ ର ସାତ ଲହରୀ ମଠରେ ଷୋଡ଼ଶ ଶତାବ୍ଦୀ ପ୍ରାରମ୍ଭ ରେ ଆତ୍ମ ପ୍ରକାଶ କରି ଥିଲା, ଏହି ଘରେ ଗାଁ ର ଲୋକ ମାନେ ମେଳି ହୋଇ ଭାଗବତ, ପୁରାଣ ଓ ଗାଁ ରେ ହେଉଥିବା ଅସୁବିଧା ଓ ତାହାର ସମାଧାନ କରୁ ଥିଲେ, ଓଡ଼ିଆ ଜାତିର ପରିଚୟ ଓଡ଼ିଆ ଭାଗବତ, ଆଧୁନିକତାର ସଂସ୍ପର୍ଶରେ ଆସିବା ପରେ ଧୀରେ ଧୀରେ ଭାଗବତ ଟୁଙ୍ଗି ର ପ୍ରଭାବ କମିବାରେ ଲାଗିଛି, ଓଡିଶା ର ସାଂସ୍କୃତିକ ପରିଚୟ ଭାଗବତ ଟୁଙ୍ଗିର ପୁନଃରୁଦ୍ଧାର ପାଇଁ ସମସ୍ତଙ୍କୁ ଯତ୍ନବାନ ହେବାକୁ ପଡିବ ଭାଗବତ କାର ମାନେ ଅତି ସୁନ୍ଦର ଭାବେ ଲେଖିଲେ ତତ୍ତ୍ୱ ଜାଣିଲେ ତୁଟେ ଭ୍ରାନ୍ତି ଭବ ସଂସାରରୁ ତରି ଯାଆନ୍ତି । ସେହିପରି ଓଡ଼ିଆ ତାର ପ୍ରଭୁ ନିକଟରେ ପ୍ରାର୍ଥନା କରି ଥାଏ.. ଛପନ ଭୋଗ ରେ ମୋ ଲୋଡ଼ା ନାହିଁ ପ୍ରଭୁ ପଖାଳ କଂସାରେ ମୋ ମନ ତୁମରି ଦୟା ଏମିତି ଲାଗି ଥାଉ ପ୍ରଭୁ ବିତିଯାଉ ମୋର ଦିନ, ଆମେ ଓଡ଼ିଆ ଆମ ପଖାଳ ଭାରି ବଢିଆ । ଖରା ହେଉ କି ଶୀତ ବରଷକେବାରମାସ ସବୁ ଦିନ ଆମ ପାଇଁ ପଖାଳ ଦିବସ। ଧନ୍ୟ ଆମ ପଖାଳ କଂସା ।