କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ପିଏମ କିସାନ ନିଧି ଯୋଜନାର ୧୫ତମ କିସ୍ତି ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବାକୁ ଯାଉଛି

Nov 14, 2023 - 19:05
 6
କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ପିଏମ କିସାନ ନିଧି ଯୋଜନାର ୧୫ତମ କିସ୍ତି ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବାକୁ ଯାଉଛି

କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ପିଏମ କିସାନ ନିଧି ଯୋଜନାର ୧୫ତମ କିସ୍ତି ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବାକୁ ଯାଉଛି.ସରକାର ନଭେମ୍ବର ୧୫ ଆର୍ଥାତ୍ ଆସନ୍ତାକାଲି DBT ମାଧ୍ୟମରେ ଯୋଗ୍ୟ କୃଷକଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା କିସ୍ତି ସ୍ଥାନାନ୍ତର କରିବେ। ଏଥର ମଧ୍ୟ ଅନେକ ଅଯୋଗ୍ୟ କୃଷକଙ୍କ ନାମ ସରକାରଙ୍କ ତାଲିକାରୁ ହଟାଇ ଦିଆଯାଇଛି।କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ତୋମର ଟ୍ୱିଟରରେ ୧୫ତମ କିସ୍ତି ବିଷୟରେ ସୂଚନା ଦେଇଛନ୍ତି। ଡିବିଟି ମାଧ୍ୟମରେ କିସ୍ତି ଟଙ୍କା କୃଷକଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି।