ଝାରସୁଗୁଡ଼ା ଠାରୁ ବାରକୋଟ ନୂତନ ରେଳ ଲାଇନ ନିର୍ମାଣ ସର୍ଭେ
ଝାରସୁଗୁଡ଼ା : 5/8 : ଝାରସୁଗୁଡ଼ା ଠାରୁ ବାରକୋଟ ନୂତନ ରେଳ ଲାଇନ ନିର୍ମାଣ ସର୍ଭେ ଓ ପୂର୍ଣ୍ଣାଙ୍ଗ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତି ପାଇଁ କେନ୍ଦ୍ରୀୟ ନରେନ୍ଦ୍ର ମୋଦୀ ସରକାରଙ୍କ ମାନ୍ୟବର ରେଲ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଆର୍ଥିକ ମଞ୍ଜୁରି ଓ ଏଥିପାଇଁ ସହଯୋଗ କରିଥିବା ମାନ୍ୟବର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମାନ୍ୟବର ସମ୍ବଲପୁର ସାଙ୍ସଦ ଶ୍ରୀ ନୀତିଶ ଗଙ୍ଗଦେବ ତଥା ରାଜ୍ୟର ପୂର୍ବତନ ପରିବହନ ବିଭାଗର ମନ୍ତ୍ରୀ ବର୍ତ୍ତମାନର ବିରୋଧୀ ଦଳର ନେତା ଶ୍ରୀ ଜୟନାରାୟଣ ମିଶ୍ରଙ୍କୁ ଦେବଗଡ଼ ଜିଲ୍ଲାବାସୀ, କୁଚିଣ୍ଡା ସବ୍ଡିଭିଜନବାସୀ ଓ ଝାରସୁଗୁଡ଼ା ଜିଲ୍ଲାର କୁଲାବିରା ଓ ଲାଇକେରା ଅଞ୍ଚଳବାସୀଙ୍କ ପକ୍ଷରୁ ଅନେକ ଅନେକ କୃତଗ୍ଙ୍ୟତା ଓ ଶୁଭେଚ୍ଛା ଜଣାଉଅଛୁ । କୁଚିଣ୍ଡା ସବ୍ଡିଭିଜନବାସୀ ଓ ଦେବଗଡ଼ ଜିଲ୍ଲାବାସୀ ବହୁଦିନରୁ ଝାରସୁଗୁଡ଼ା ଠାରୁ କୁଚିଣ୍ଡା ଦେବଗଡ଼ ବାର୍କୋଟ ହୋଇ ପାରାଦୀପ, ଧାମରା ବନ୍ଦର ପର୍ଯ୍ୟନ୍ତ ରେଲ ଲାଇନ ସ୍ଙଯୋଗ କରାଯିଵା ପାଇଁ ବିଭିନ୍ନ ସଙ୍ଗଠନ ବିଭିନ୍ନ ବ୍ୟକ୍ତିବିଶେଷ ବିଭିନ୍ନ ନେତୃବୃନ୍ଦ ବିଭିନ୍ନ ସମୟରେ ଦାବି କରିଆସୁଥିଲେ । ଏହାକୁ ହୃଦୟଙ୍ଗମ କରି ତତ୍କାଳୀନ ମାନ୍ୟବର ଲୋକସଭା ସାଙ୍ସଦ ଶ୍ରୀ ଭବାନୀ ଶଙ୍କର ହୋତା ଦାବି ପତ୍ର ତା ୧୮/୦୮/ ୨୦୧୮ ମୁତାବକ ତତ୍କାଳୀନ ରାଜ୍ୟ ସରକାରଙ୍କ ପରିବହନ ମନ୍ତ୍ରୀ ଶ୍ରୀ ଜୟନାରାୟଣ ମିଶ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ରେଲଲାଇନ ଝାରସୁଗୁଡ଼ାର ପାରାଦୀପ ମାୟା କୁଚିଣ୍ଡା ଓ ଦେବଗଡ଼,ତାଙ୍କ ସରକାରୀ କାର୍ଯ୍ୟାଳୟ ପତ୍ର ସଙ୍ଖ୍ୟା tr 07/18/ 6898 bbsr dt 11/09/18 ରେ କେନ୍ଦ୍ର ରେଳ ସେକ୍ରେଟାରୀଙ୍କ ପାଖକୁ ଏହାର ଗୁରୁତ୍ଵ ଥିବା ଦର୍ଶାଇ ପତ୍ର ଦେଇଥିଲେ । ଏହାପରେ ଅନେକ ସ୍ଙଗଠନ , ବିଭିନ୍ନ ନେତୃବୃନ୍ଦ ବିଭିନ୍ନ ସମୟରେ ଦାବି କରିଥିଲେ। ସେହିଭଳି କୁଚିଣ୍ଡା ଓ ଲାଇକେରା ର ପୂର୍ବତନ ବିଧାୟକ ତଥା ସମ୍ବଲପୁର ସାଙ୍ସଦଙ୍କ ଚକ୍ରଧରପୁର ଡିଭିଜନର ରେଲୱେ ପ୍ରତିନିଧି ଶ୍ରୀ ବୃନ୍ଦାବନ ମାଝି ତାଙ୍କ ପତ୍ର ତା ୦୯/ ୮ /୨୦୨୧ ମୁତାବକ ଝାରସୁଗୁଡ଼ା ଠାରୁ
ଧାମରା/ପାରାଦୀପ ବନ୍ଦର ଭାୟା କୁଚିଣ୍ଡା ଦେଓଗଡ଼ ପାଲଲହଡ଼ା ପ୍ରସ୍ତାବରେ ମାନ୍ୟବର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟାଳୟ ପତ୍ର ସଙ୍ଖ୍ୟା ୧୪୭/୨୦୨୧(minister)sde dt18/08/2021ରେ ମାନ୍ୟବର ରେଲୱେ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପାଖକୁ ପଠାଇ ଏହାର କାର୍ଯ୍ୟକାରିତା ପାଇଁ ବାରମ୍ବାର ଚେଷ୍ଟା କରିବା ଦ୍ଵାରା ମନ୍ୟବର ରେଲ ମନ୍ତ୍ରୀ ତାଙ୍କ ବିଭାଗ ରେଲୱେ ବୋର୍ଡର ପତ୍ରସ୍ଙଖ୍ୟା ଫାଇଲ ନ 2022/w11/ex or/di/sy/22(e file no 3396356) new Delhi dt 04/08/2023 ରେ ସର୍ଭେ ଓ ପୂର୍ଣ୍ଣାଙ୍ଗ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତି ପାଇଁ ଜଇଏମ୍ ଇଷ୍ଟ କୋଷ୍ଟ ରେଲୱେକୁ ଦିଆଯାଇଛି।