୨ଟି ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଅମିତ୍ ସାହା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Aug 5, 2023 - 16:37
 47
୨ଟି ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଅମିତ୍ ସାହା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଲୋକ ସେବା ଭବନରେ ୨ଟି ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ସାହା ଓ ଓଡ଼ିଶା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଳାହାଣ୍ଡି ଜିଲ୍ଲା ମୋଟେର - ବାନେର ଭ୍ୟାୟା ଲଡ଼ୁଗାଁ ରାସ୍ତା ସମ୍ପ୍ରସାରଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ସେହିପରି ଜାତୀୟ ରାଜପଥ ୫୩ କାମାକ୍ଷାନଗର- ଡୁବୁରୀ ୪ ଲେନ୍ ପ୍ରକଳ୍ପ ଲୋକାର୍ପିତ ହୋଇଛି। ନିଜ ଅଭଭାଷଣରେ ଅମିତ୍ ସାହା ମାଓ ଦମନ ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭଲ କାମ ପାଇଁ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି। ମିଳିମିଶି କାମ କଲେ ବିପର୍ଯ୍ୟୟ ପରାସ୍ତ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି।