ଫରିଙ୍ଗିଆ ଥାନା ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

Aug 5, 2023 - 16:06
 5
ଫରିଙ୍ଗିଆ ଥାନା ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ଫୁଲବାଣୀ : ଗଞ୍ଜେଇ ଚାଲାଣରେ ପୁଲିସ କର୍ମଚାରୀଙ୍କ ସଂପୃକ୍ତି ଅଭିଯୋଗ କରି ଆଜି ଉତ୍ତ୍ୟକ୍ତ ଲୋକେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ନିଆଁ ଲଗାଇ ଦେଇଛନ୍ତି। ଫିରିଙ୍ଗିଆ ଥାନା ଆଇଆଇସି ତପନ କୁମାର ମହାନ୍ତି ଓ ଦୁଇ ହୋମଗାର୍ଡ- ପ୍ରଶାନ୍ତ ପାତ୍ର ଏବଂ ରବି ଦିଗାଲଙ୍କ ବିରୋଧରେ ଗଞ୍ଜେଇ ଚାଲାଣ ନେଇ ମାମଲା ରୁଜୁ କରିବା ସହିତ ସେମାନଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ଲୋକେ। ଗତ ୩ ତାରିଖ ରାତିରେ ବୁଢ଼ାକାମ୍ବା ଗାଁକୁ ଏକ ଗଞ୍ଜେଇ ଭର୍ତ୍ତି ପୁଲିସ ବୋଲେରୋ ଯାଇଥିଲା। ସେମାନେ କୌଣସି ଗଞ୍ଜେଇ ବେପାରୀକୁ ଏହି ଗଞ୍ଜେଇ ବିକ୍ରି କରିବା ପାଇଁ ଯାଇଥିଲେ ବୋଲି ଅଭିଯୋଗ ହୋଇଛି।