ଟ୍ରାଫିକ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ବନିତା ଏକ୍ଟିଭିଟି ସ୍କୁଲର ଶିକ୍ଷାର୍ଥୀଙ୍କ ସକ୍ରିୟ ଅଂଶଗ୍ରହଣ

କୋରାପୁଟ : ( ରିପୋର୍ଟ ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲା ଜୟପୁର ସହର ସ୍ଥିତ ବନିତା ଏକ୍ଟିଭିଟୀ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ଜୟପୁର ଥାନା ର ମୁଖ୍ୟ ଏବଂ ବରିଷ୍ଟ କର୍ମଚାରୀ ଙ୍କ ଦ୍ୱାରା ଟ୍ରାଫିକ ନିୟନ୍ତ୍ରଣ ନିୟମ ଉପରେ ବୁଝାଇଥିଲେ । ପିଲା ଙ୍କ ସହ ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ବନିତା ମହାପାତ୍ର ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଶିବାଶିଷ ପାଣଗ୍ରାହୀଙ୍କ ତତ୍ତ୍ୱବଧାନତାରେ ଛାତ୍ର ଛାତ୍ରୀଙ୍କୁ ଟ୍ରାଫିକ ନିକଟକୁ ନିଆଯାଇ ବାସ୍ତବିକ ଜ୍ଞାନ ପ୍ରଦାନ କରାଯାଇଥିଲା l ଟ୍ରାଫିକ ନିୟନ୍ତ୍ରଣ ଉପରେ କିଭଳି ନୀତି ନିୟମ ପାଳନ କରାଯିବ ଏନେଇ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଟ୍ରାଫିକ ପୋଲିସର କର୍ମଚାରୀଗଣ ଉପସ୍ଥିତ ରହି ପିଲାଙ୍କୁ ବୁଝାଇଥିଲେ l ପୋଲିସ ପ୍ରଶାସନର ଏଭଳି ସଚେତନତା କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷା,ନିର୍ଦ୍ଧେଶକ, ସମସ୍ତ କର୍ମଚାରୀ, ବୁଦ୍ଧିଜୀବୀ ଭୁୟସୀ ପ୍ରଶଂସା କରିଥିଲେ l