ମାଣବସା ଗୁରୁବାରରେ ମାଣ୍ଡିଆ ଭୋଗ ଲଗାନ୍ତୁ: ମୁଖ୍ୟମନ୍ତ୍ରୀ

Nov 10, 2024 - 19:24
 42
ମାଣବସା ଗୁରୁବାରରେ ମାଣ୍ଡିଆ ଭୋଗ ଲଗାନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ମିଲେଟକୁ ପ୍ରୋତ୍ସାହିତ କରିବାକୁ କୃଷି ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ଶ୍ରୀଅନ୍ନ ଓ ବିସ୍ମୃତ ଖାଦ୍ୟ ଆନ୍ତର୍ଜାତିକ ସମ୍ମିଳନୀ। ଲୋକସେବା ଭବନରେ ଆୟୋଜିତ ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାଣବସା ଗୁରୁବାରରେ ମାଣ୍ଡିଆ ଭୋଗ ଲଗାନ୍ତୁ । ଘରେ ଘରେ ମାଣ୍ଡିଆ ଖାଇବା ଅଭ୍ୟାସ କରନ୍ତୁ। ଆଗକୁ ଲୋକଙ୍କ ଥାଳିରେ ମାଣ୍ଡିଆ ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେ ପ୍ରକାଶ କରିଛନ୍ତି ଯେ ବର୍ତ୍ତମାନ ମିଲେଟ ହବ୍ ପାଇଁ ବାତାବରଣ ସୃଷ୍ଟି ହୋଇଛି।