ଏକକ ନାଟକ ପରିକଳ୍ପନା ଓ ରଚନା କୁ ନେଇ "ଏକା "ର ଆଲୋଚନା ଚକ୍ର

Aug 27, 2023 - 09:06
Aug 27, 2023 - 12:31
 96
ଏକକ ନାଟକ ପରିକଳ୍ପନା ଓ ରଚନା  କୁ ନେଇ "ଏକା "ର ଆଲୋଚନା ଚକ୍ର

ଭୁବନେଶ୍ୱର,27/08 : ଜଣେ ଅଭିନେତା କିମ୍ବା ଅଭିନେତ୍ରୀ ଗୋଟିଏ କାହାଣୀକୁ ନେଇ କିଭଳି ଅଭିନୟ କରିପାରିବ ତଥା ଦର୍ଶକଙ୍କୁ ବାନ୍ଧି ରଖିପାରିବ ଏବଂ ସେହିପରି ଜଣେ ନିର୍ଦେଶକ ଆଉ ଲେଖକ ଏକକ ନାଟକକୁ ନେଇ କିଭଳି ଦର୍ଶକଙ୍କ ପାଖରେ ନିଜର ଚାତୁରୀ ଦେଖେଇ ପାରିବେ, ସେ ନେଇ ଆଜି ସଂଗୀତ ନାଟକ ଏକାଡେମୀ ସହାୟତାରେ "ଏକା "ଅନୁଷ୍ଠାନ ତରଫରୁ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହେଇଥିଲା ଆଲୋଚନା ଚକ୍ର
ବିଭିନ୍ନ ପର୍ଯ୍ୟାୟରେ ନିର୍ଦେଶକ ଅନନ୍ତ ମହାପାତ୍ର, ଅଭିନ୍ନ ରାଉତରାୟ, ସୀମାନ୍ତ ମହାନ୍ତି ଲଲାଟେନ୍ଦୁ ରଥ, ରମାକାନ୍ତ ମିଶ୍ର, ସତ୍ୟବ୍ରତ ରାଉତ ପ୍ରମୁଖ ଏକା ନାଟକକୁ କିଭଳି ପରିବେଷଣ କରିହେବ ସେନେଇ ଆଲୋକପାତ କରିଥିଲେ, ଆୟୋଜକ ଏକା ର ଆବାହକ ଶିବଶଙ୍କର ତ୍ରିପାଠୀ ଓ ପ୍ରଶାନ୍ତ ମହାପାତ୍ର ପ୍ରାରମ୍ଭିକ ସୂଚନା ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ,
ତେବେ ଆଲୋଚନା ଚକ୍ରରେ ଆଲୋଚକ ମାନେ ପ୍ରକାଶ କରିଥିଲେ ଯେ, ଅନେକ ଅଭିନେତା, ଅଭିନେତ୍ରୀ ନାଟକ କରିବାକୁ ଚାହୁଁଛନ୍ତି କିନ୍ତୁ ନାଟକ ଚୟନ, ଭଲ ନାଟକ ଓ ଭଲ ସଂସ୍ଥା ପାଇବା କଷ୍ଟ ହଉଚି, ଅର୍ଥ ମଧ୍ୟ ଏକ ବିରାଟ ବାଧକ, ଏହିଭଳି ଅବସ୍ଥାରେ ସମସ୍ତଙ୍କ ସ୍ୱପ୍ନରେ ବାଧା ଆସୁଛି, ସେହିପରି ପରୀକ୍ଷା ନିରୀକ୍ଷା କରାଯାଇ ଅନେକ ଥର କିଛି ସଂସ୍ଥା ନାଟକର ଆୟୋଜନ କରିଥାନ୍ତି ତେବେ ପ୍ରାୟ ବେଳେବେଳେ ସମାନ ପ୍ରକାର କାହାଣୀ ଆସୁଥିବା ଯୋଗୁଁ ଦର୍ଶକଙ୍କ ସଂଖ୍ୟା ମଧ୍ୟ କମିଯାଉଛି, ତେଣୁ ଏସବୁକୁ କିଭଳି ପ୍ରତିହତ କରିହବ ଏବଂ ମାନସିକ ଭାବେ ଅଭିନେତା ଅଭିନେତ୍ରୀ ମାନେ ନିଜକୁ ନାଟକକୁ ରୋଜଗାରର ପନ୍ଥା କରିପାରିବେ ସେ ନେଇ ଏହି ଆଲୋଚନା ଚକ୍ରର ମୂଳଲକ୍ଷ, ତେବେ 2010ରୁ ଏ ପର୍ଯ୍ୟନ୍ତ "ଏକା" ଆୟୋଜନ ସଂସ୍ଥା 45ଟି ନାଟକ କରି ସାରିଥିବା ବେଳେ ଦେଶର ନାମକରା ଅଭିନେତା ଅବନ୍ତୀ ଚକ୍ରବର୍ତ୍ତୀ, ଗୌତମ ହଳଦାର, କମଲ ନସ୍କର, ସୁକୁମାର ଟୁଡୁ, ସୟଦ ଆଲାମ, ମମତା ଅହର ପ୍ରମୁଖ ଅଭିନୟର ପରାକାଷ୍ଠା ଦେଖେଇଛନ୍ତି,, ସେହିପରି ଓଡ଼ିଶାର ମଧ୍ୟ ଅନେକ ଅଭିନେତା ଓ ଅଭିନେତ୍ରୀ ନିଜର ନିଆରା ଅଭିନୟ ଦେଖେଇ ସାରିଛନ୍ତି,
 ତେବେ ଆଜିର ଏହି ଆଲୋଚନା ଚକ୍ରରେ ବରିଷ୍ଠ ଅଭିନେତା ଓ ଅଭିନେତ୍ରୀ ତଥା ନିର୍ଦେଶକ ମାନେ ଯୋଗଦେଇ ନିଜ ନିଜର ମତ ରଖିଥିଲେ, ସେମାନଙ୍କ ମଧ୍ୟରେ ଚିନ୍ତାମଣି ବିଶ୍ୱାଳ, ରବିନାରାୟଣ ଶତପଥି ଭାସ୍ବତୀ ବସୁ, ବିଜୟ ମଣ୍ଡଳ, ଜାକିର ଖାଁ, ପ୍ରଦୀପ ବିଶ୍ୱାଳ, ମୁକୁନ୍ଦ ଶତପଥୀ, ଦେବୁ ପଟ୍ଟନାୟକ,ଶତ୍ରୁଘନ ସାମଲ, ନିବେଦିତା ଜେନା, ଉମା ସାହା, ରବି ତ୍ରିପାଠୀ ଓ ସତ୍ୟବ୍ରତ ଜେନା ପ୍ରମୁଖ ଅନ୍ୟତମ