ମିଶନ ଚନ୍ଦ୍ରୟାନ ୩ ନୂଆ ଭାରତର ପ୍ରତୀକ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ଚନ୍ଦ୍ରୟାନ ୩ ର ସଫଳତା ପାଇଁ ମହିଳା ବୈଜ୍ଞାନିକ ମାନଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମିଶନ ଚନ୍ଦ୍ରୟାନ ବର୍ତ୍ତମାନ ନୂଆ ଭାରତର ପ୍ରତୀକ। ଯେ କୌଣସି ପରିସ୍ଥିତିରେ ଏହା ବିଜୟୀ ହେବାକୁ ଚାହେଁ। ନାରୀ ଶକ୍ତିର ଜ୍ବଳନ୍ତ ଉଦାହରଣ ମିଶନ ଚନ୍ଦ୍ରୟାନ । ଏହାର ସଫଳତା ପଛରେ ଅଛନ୍ତି ନାରୀ ଶକ୍ତି ବୋଲି କହିଛନ୍ତି ମୋଦି। କାର୍ଯ୍ୟକ୍ରମ ଶେଷରେ ରକ୍ଷା ବନ୍ଧନ ପାଇଁ ଦେଶବାସୀଙ୍କ ଅଭିନନ୍ଦନ ଜଣାଇଥିଲେ ମୋଦି।