ଜୟ ମା ଭବାନୀ ଟ୍ରଷ୍ଟ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

Feb 17, 2024 - 20:28
 9
ଜୟ ମା ଭବାନୀ ଟ୍ରଷ୍ଟ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ଭୁବନେଶ୍ବର : ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଠାରେ ଥିବା ବୁଲନ ଭାଇ ସାମ୍ବାଦିକ ଭବନରେ ଜୟ ମା ଭବାନୀ ଟ୍ରଷ୍ଟ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଡ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ୟାମ୍ପରେ ଆଖି, ମେଡିସିନ, ଦାନ୍ତ, କାନ, ଆୟୁର୍ବେଦ ଓ ହୋମିଓ ପାଥ, ଫିଜିଓ ଥେରାପିର ପରାମର୍ଶ ସହ ଚିକିତ୍ସା କରା ଯାଇଥିଲା । କଥା ବାଚକ ବିଜୟ କୁମାର ସାହୁ ସକାରାତ୍ମକ ଚିନ୍ତାଧାରା ଓ ବରିଷ୍ଠ ନାଗରିକଙ୍କ ଆନନ୍ଦମୟ ଜୀବନ ଯାପନ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ପ୍ରଭାକର ମଲ୍ଲିକ, ରବି ନାରାୟଣ ମହାପାତ୍ର, ରବିନାରାୟଣ ମିଶ୍ର ଅମରେଶ ଜେନା, ଉମାନାଥ ମିଶ୍ର, ବଂଶୀ ଧର ନାୟକ, ଚିନ୍ତାମଣି ମିଶ୍ର, ରୁଦ୍ର ନାରାୟଣ ସାମନ୍ତରାୟ, ଅଚ୍ୟୁତ ପ୍ରସାଦ ବେହେରା, ଭଗବାନ ଦାସ, ଶ୍ରୀନିବାସ ରାଓ, ରାହୁଲ ପଳେଇ ପ୍ରମୁଖ ଓ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ବରିଷ୍ଠ ନାଗରିକ ମାନଙ୍କ ପାଇଁ ହୋମିଓପାଥି ଓ ଆୟୁର୍ବେଦ ଔଷଧ ମାଗଣା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ପୁରୁଷ ଓ ମହିଳା ମାନେ ଯୋଗ ଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରେଇଥିଲେ ।