ପୁରୀରେ ଗଛରେ ପିଟିହେଲା ବସ୍, ୮ ଆହତ
ପୁରୀ: ପୁରୀ ଜଗନ୍ନାଥ ସଡ଼କ ରୁଆ ଛକରେ ଏକ ଗଛରେ ପିଟିହେଲା ବସ୍ । ବସ୍ ରେ ଥିବା ୮ ଯାତ୍ରୀ ଆହତ ହୋଇଛନ୍ତି। ସେମାନେ ଅସ୍ଥି ବିସର୍ଜନ ପାଇଁ ପୁରୀ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ସମସ୍ତ ଆହତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ବସ୍ ରେ ୪୦ ଜଣ ଯାତ୍ରୀ ଥିବା ସୂଚନା ମିଳିଛି।