ମାଟିଲଗ୍ନା ସାହିତ୍ୟ ସଂସଦ ପକ୍ଷରୁ କୋରାପୁଟର ବିଶିଷ୍ଟ ଶିକ୍ଷକ ତଥା ସାହିତ୍ୟିକ ପ୍ରଭାତ କୁମାର ମହାପାତ୍ରଙ୍କୁ ଗୁରୁ ଦିବସ ଉପଲକ୍ଷେ "ମାଟିଲଗ୍ନା ସନ୍ଦିପନୀ ସମ୍ମାନ-2023"ରେ ସମ୍ମାନିତ

Sep 12, 2023 - 07:40
 63
ମାଟିଲଗ୍ନା ସାହିତ୍ୟ ସଂସଦ ପକ୍ଷରୁ କୋରାପୁଟର ବିଶିଷ୍ଟ ଶିକ୍ଷକ ତଥା ସାହିତ୍ୟିକ ପ୍ରଭାତ କୁମାର ମହାପାତ୍ରଙ୍କୁ ଗୁରୁ ଦିବସ ଉପଲକ୍ଷେ "ମାଟିଲଗ୍ନା ସନ୍ଦିପନୀ ସମ୍ମାନ-2023"ରେ ସମ୍ମାନିତ

କୋରାପୁଟ : କୋରାପୁଟ ଜିଲ୍ଲାର ବିଶିଷ୍ଟ ଶିକ୍ଷକ ଶ୍ରୀଯୁକ୍ତ ପ୍ରଭାତ କୁମାର ମହାପାତ୍ରଙ୍କୁ ଗୁରୁ ଦିବସ ଉପଲକ୍ଷେ ମାଲକାନଗିରି ସ୍ଥିତ ପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ ମାଟିଲଗ୍ନା ସାହିତ୍ୟ ସଂସଦ ପକ୍ଷରୁ "ମାଟିଲଗ୍ନା ସନ୍ଦିପନୀ ସମ୍ମାନ-2023"ରେ ସମ୍ମାନିତ କରାଯାଇଅଛି l ଗୁରୁଦିବସ ଉପଲକ୍ଷେ ଗୁରୁଙ୍କୁ ସମ୍ମାନ ଜଣାଇବା ସ୍ୱରୂପ ଏହି ପୁରସ୍କାର ଶିକ୍ଷକ ଶ୍ରୀଯୁକ୍ତ ପ୍ରଭାତ କୁମାର ମହାପାତ୍ରଙ୍କୁ ପ୍ରଦାନ କରାଯାଇଅଛି l ଏହି ବିଶିଷ୍ଟ ଶିକ୍ଷକ ଶ୍ରୀଯୁକ୍ତ ପ୍ରଭାତ କୁମାର ମହାପାତ୍ର ହେଉଛନ୍ତି କୋରାପୁଟ ଜିଲ୍ଲାର ସ୍ୱାମୀ ବିବେକାନନ୍ଦ ବନ ଭାରତୀ ବିଦ୍ୟାପୀଠ ଠାରେ ଓଡ଼ିଆ ଶିକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି l ଶିକ୍ଷକ ଶ୍ରୀଯୁକ୍ତ ମହାପାତ୍ର ଶିକ୍ଷାକୁ ବୃତ୍ତି ଭାବରେ ରଖି ପିଲାଙ୍କୁ ଉଚ୍ଚକୋଟୀର ଉଚ୍ଚ ଶିକ୍ଷିତ କରିବା ତଥା ପିଲାଙ୍କ ଭବିଷ୍ୟତ ଗଢିବାର ସ୍ବପ୍ନକୁ ସାକାର କରି ବହୁ ପ୍ରଶଂସନୀୟ ହୋଇପାରିଅଛନ୍ତି l ଏତତ ବ୍ୟତୀତ ବିଭିନ୍ନ ସମୟରେ ଗଳ୍ପ, ପ୍ରବନ୍ଧ, ସ୍ତମ୍ଭ ଲେଖି ବେଶ୍ ପରିଚୟ ପାଇଥିବା ସହ ସମାଜସେବାକୁ ସେ ନିଶା ଭାବରେ ଗ୍ରହଣ କରିଅଛନ୍ତି l ତାଙ୍କର ଏହି କାର୍ଯ୍ୟ ପ୍ରତି ସମ୍ମାନ ଜଣାଇ ମାଟିଲଗ୍ନା ସାହିତ୍ୟ ସଂସଦ ପକ୍ଷରୁ ବିଶିଷ୍ଟ ଶିକ୍ଷକ ଶ୍ରୀଯୁକ୍ତ ପ୍ରଭାତ କୁମାର ମହାପାତ୍ରଙ୍କୁ "ମାଟିଲଗ୍ନା ସନ୍ଦିପନୀ ସମ୍ମାନ-2023"ରେ ସମ୍ମାନିତ କରାଯାଇଅଛି l ଏହି କାର୍ଯ୍ୟକ୍ରମରେ ଆଜି କୋରାପୁଟ ସୃଜନୀ ମହଲ ପରିସର ମଧ୍ୟରେ କୋରାପୁଟ ମାଟିଲଗ୍ନା ସାହିତ୍ୟ ସଂସଦର କୋରାପୁଟ ଜିଲ୍ଲା ସଂଗଠକ ତଥା ଯୁବ ଅଧ୍ୟାପକ ତଥା ସାହିତ୍ୟିକ ତ୍ରିନାଥ ପଟ୍ଟନାୟକ ଯୋଗ ଦେଇ ବିଶିଷ୍ଟ ଶିକ୍ଷକ ତଥା ସାହିତ୍ୟିକ ଶ୍ରୀଯୁକ୍ତ ପ୍ରଭାତ କୁମାର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଜ୍ଞାପନ କରିଥିବା ଦେଖିବାକୁ ମିଳିଅଛି l ଏଥିରେ ଖୁସି ବ୍ୟକ୍ତ କରି ଶିକ୍ଷକ ତଥା ସାହିତ୍ୟିକ ଶ୍ରୀଯୁକ୍ତ ପ୍ରଭାତ କୁମାର ମହାପାତ୍ର ମଧ୍ୟ ମାଟିଲଗ୍ନା ସାହିତ୍ୟ ସଂସଦର ସଭାପତି ତଥା ପ୍ରତିଷ୍ଠାତା, ଉପଦେଷ୍ଟା, ସଂଗଠକ ଶ୍ରୀମାନ୍ ତ୍ରିନାଥ ପଟ୍ଟନାୟକ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ଦେଖିବାକୁ ମିଳିଅଛି l