ଭିତରକନିକାରେ ଦେଶୀୟ ପକ୍ଷୀ ସଂଖ୍ୟା ବୃଦ୍ଧି

Sep 12, 2023 - 07:39
 120
ଭିତରକନିକାରେ ଦେଶୀୟ ପକ୍ଷୀ ସଂଖ୍ୟା ବୃଦ୍ଧି

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନରେ ଶେଷ ହୋଇଛି ଦେଶୀୟ ପକ୍ଷୀ ଗଣନା। ଚଳିତବର୍ଷ ୧,୨୩,୮୬୭ ପକ୍ଷୀ ଗଣନା କରାଯାଇଛି। ସୂଚନା ଅନୁଯାୟୀ ୨୬,୧୧୮ ବସାରେ ଥିବା ଦେଶୀୟ ପକ୍ଷୀ ଗଣନା ହୋଇଛି। ଗତବର୍ଷ ତୁଳନାରେ ୭,୭୯୭ ଟି ଅଧିକ ପକ୍ଷୀ ଆସିଛନ୍ତି। ସେପ୍ଟେମ୍ୱର ୩ ତାରିଖରୁ ୫ ଦିନ ଧରି ଚାଲିଥିଲା ଗଣନା।