ଭୁବନେଶ୍ୱର ବିଜେବି କଲେଜରେ ଉତ୍ତେଜନା

Mar 23, 2024 - 22:42
 7

ଭୁବନେଶ୍ୱର: ଭୁବନେଶ୍ୱର ବିଜେବି କଲେଜରେ ଉତ୍ତେଜନା ଦେଖିବାକୁ ମିଳିଛି।

କଲେଜ ଅଧ୍ୟକ୍ଷାଙ୍କ ବିରୋଧରେ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

 

ଅଧ୍ୟକ୍ଷା ବିଭିନ୍ନ ମୌଳିକ ସମସ୍ୟା ସମାଧାନ କରୁନଥିବା ସହ ସମସ୍ୟା ଜଣାଇଲେ ଏକ୍ସଫେଲ୍‌ କରିବାକୁ ଅଧ୍ୟକ୍ଷା ଜଣକ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ଅପରପକ୍ଷରେ ଛାତ୍ରଛାତ୍ରୀଙ୍କ ଏପରି ଅଭିଯୋଗକୁ ମିଥ୍ୟା ବୋଲି କହିଲେ ଅଧ୍ୟକ୍ଷା ଇତିଶ୍ରୀ ପାଢ଼ୀ। କିଛି ମୁଷ୍ଟିମେୟ ପିଲା ଛାତ୍ରଛାତ୍ରୀଙ୍କୁ ଉସୁକେଇ ଏଭଳି କରୁଥିବା ସେ କହିଛନ୍ତି।