ଓଡ଼ିଶାରେ ଗଠନ ହେବ ଭାଷା କମିଶନ୍

Jan 29, 2024 - 23:04
 44
ଓଡ଼ିଶାରେ ଗଠନ ହେବ ଭାଷା କମିଶନ୍

ଭୁବନେଶ୍ୱର: ଓଡ଼ିଶାରେ ଗଠନ ହେବ ଭାଷା କମିଶନ୍। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ୫ଟି ପ୍ରସ୍ତାବ ଉପରେ ବାଜିଛି କ୍ୟାବିନେଟ୍ ମୋହର। ଆଦିବାସୀ ଭାଷା ସଂରକ୍ଷଣ ଓ ପ୍ରଚାର ପାଇଁ କାମ କରିବ କମିଶନ୍। ରାଜ୍ୟର ୧୬୯ ଜନଜାତିଙ୍କ ମିଳିବ ଆଦିବାସୀ ମାନ୍ୟତା। ମାନ୍ୟତା ପାଇଁ କେନ୍ଦ୍ରକୁ ସୁପାରିଶ କରିବେ ରାଜ୍ୟ ସରକାର। ସମ୍ପୂର୍ଣ ପ୍ରତ୍ୟାହୃତ ହେଲା ଆଦିବାସୀ ଜମି ବିକ୍ରି ସମ୍ପର୍କୀୟ ଯୋଜନା। 'ଲାଭ' ଯୋଜନାକୁ ମିଳିଛି କ୍ୟାବିନେଟ୍ ଅନୁମୋଦନ। ଲଘୁ ବନଜାତ ଦ୍ରବ୍ୟ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କଲେ ରାଜ୍ୟ ସରକାର। ସର୍ବନିମ୍ନ ସହାୟକ ମୂଲ୍ୟ ଦେବାରେ ବାର୍ଷିକ ୧୦୦ କୋଟି ଟଙ୍କା ଖର୍ଚ୍ଚ ଲକ୍ଷ ରହିଛି। ରାଜ୍ୟର ୧୪ ଜିଲ୍ଲାର ୧୧୯ଟି ବ୍ଲକ୍ ରୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରାଯିବ।