ସଂସଦରେ ୨୦୨୪-୨୫ ଅନ୍ତରୀଣ ବଜେଟ୍ ଉପସ୍ଥାପିତ, ଆୟକର ଛାଡ଼ ସୀମା ଅପରିବର୍ତ୍ତିତ

ନୂଆଦିଲ୍ଲୀ: ସଂସଦରେ ୨୦୨୪-୨୫ ଅନ୍ତରୀଣ ବଜେଟ୍ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସିଥାରମନ୍। ଏହି ଅବସରରେ ଅର୍ଥ ମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଦେଶର ଅଧିକ ମେଡିକାଲ କଲେଜ ଖୋଲିବା ପାଇଁ ଲକ୍ଷ ରହିଛି। ବଜେଟ୍ ରେ ମହିଳା, ଗରିବ, ଯୁବ ପିଢ଼ି ଓ ମହିଳାଙ୍କ ବିକାଶକୁ ଗୁରୁତ୍ଵ ଦିଆଯାଇଛି। ତେବେ ଆୟକର ଛାଡ଼ ସୀମା ଅପରିବର୍ତ୍ତିତ ରହିଛି। ଆୟୁଷ୍ମାନ ଭାରତ ଯୋଜନାରେ ସ୍ବାସ୍ଥ୍ୟ ସେବା ପାଇଁ ୭୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ପର୍ଯ୍ୟଟନ ବିକାଶ ନିମନ୍ତେ ସୁଦ୍ଧ ମୁକ୍ତ ଋଣ ଯୋଗାଇ ଦେବାକୁ ନିଷ୍ପତି ନିଆଯାଇଛି। ଲକ୍ଷଦ୍ଵିପକୁ ପର୍ଯ୍ୟଟନ ସ୍ଥଳ ଭାବେ ବିକାଶ କରାଯିବ। ଅନ୍ତରୀଣ ବଜେଟ୍ ରେ ଅନୁସନ୍ଧାନ ଓ ଉଦ୍ଭାବନ ପାଇଁ ଏକ ଲକ୍ଷ କୋଟି ଟଙ୍କା ଘୋଷଣା କରାଯାଇଛି।