ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘର ସମର୍ଦ୍ଧନା ଉତ୍ସବ
ଭୁବନେଶ୍ୱର: ପାନ୍ଥନିବାସ ରମ୍ଭା ଶାଖାରେ ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘର ସମର୍ଦ୍ଧନା ସଭା ସହିତ ଶାଖାର ନୂତନ କର୍ମକତ୍ତାଙ୍କର ନିର୍ବାଚନ ଏବଂ ନିଯୁକ୍ତି ହୋଇଯାଇଛି l ଏହି ସଭାରେ ଶାଖା ସମ୍ପାଦକ ଶ୍ରୀ ଗଣେଶ ଚୌଧୁରୀ ସର୍ବ ସହମତି କ୍ରମେ ନିର୍ବାଚିତ ହୋଇଥିଲେ ଏବଂ ପରଚେଜ୍ କମିଟି ମଧ୍ୟ ନୂତନ କରି ଗଠନ ହୋଇଯାଇଛି l ଏହି କମିଟିରେ ମେମ୍ବର ହେଲେ ରମି ବିଶୋଇ ଓ ପ୍ରେମା ନାୟକ। ଏହା ସହିତ କାର୍ଯ୍ୟ ନିର୍ବାହୀ ମେମ୍ବର କମିଟି ମଧ୍ୟ ନିର୍ବାଚିତ ହୋଇଥିଲା l ଏହି ସଭାରେ ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ବେଣୁଧର ପାତ୍ର ପାନ୍ଥନିବାସ ରମ୍ଭା ଶାଖାର ସମସ୍ତ କର୍ମକତ୍ତା ଏବଂ କର୍ମଚାରୀ ବୃନ୍ଦଙ୍କୁ ସ୍ୱାଗତ ସମର୍ଦ୍ଧନା ଦେଇଥିଲେ l ଏହି ସଭାରେ ସଂଘର ସାଧାରଣ ସମ୍ପାଦକ ଶ୍ରୀ ଅଭୟ ରାଉତ, ଉପ ସଭାପତି ଶ୍ରୀ ନିର ନାୟକ, ସଦସ୍ୟ ଶ୍ରୀ ପି ଏଲ୍ ମହାପାତ୍ର, ଶ୍ରୀ ବିଜୟ ସିଂ ଏବଂ ପାନ୍ଥନିବାସ ରମ୍ଭା ଶାଖାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l