୭୫ ବର୍ଷ ଭିତରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି: ରାଷ୍ଟ୍ରପତି

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଜନସାଧାରଣଙ୍କୁ ସମ୍ବୋଧନ ଦେଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ୭୫ ବର୍ଷ ଭିତରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଅନେକ ସ୍ବାଧୀନତା ସଂଗ୍ରାମୀଙ୍କ ବିଷୟରେ ଆମେ ଜାଣିନୁ। ଏହାକୁ ଗୁରୁତ୍ବ ଦେଇ ଏଥର ବିର୍ସା ମୁଣ୍ଡାଙ୍କ ୧୫୦ତମ ପୂର୍ତ୍ତି ପାଳିଛୁ। ମହିଳାଙ୍କୁ ସମାନତା ନେଇ ସରକାର ଅଗ୍ରାଧିକାର ଦେଉଛନ୍ତି। ବିଗତ ୭୫ ବର୍ଷ ଭିତରେ ମହିଳାଙ୍କ ଅନେକ ଯୋଗଦାନ ରହିଛି। ଭିତ୍ତିଭୂମି ବିକାଶ କଲେ ଦେଶର ଉନ୍ନତି ହେବ ବୋଲି କହିଛନ୍ତି ରାଷ୍ଟ୍ରପତି।