ସର୍ବ ବ୍ରାହ୍ମଣ ମହାସଭା ଓଡିଶା ପକ୍ଷରୁ ସମାଜ ସେବା ଓ ସାମୁହିକ ବ୍ରତୋପନୟନ କାର୍ଯ୍ୟ ନିମନ୍ତେ ଶ୍ରୀଯୁକ୍ତ ମନୋଜ ରଥ ସମ୍ବର୍ଦ୍ଧିତ

Jan 26, 2025 - 22:49
 2
ସର୍ବ ବ୍ରାହ୍ମଣ ମହାସଭା ଓଡିଶା ପକ୍ଷରୁ ସମାଜ ସେବା ଓ ସାମୁହିକ ବ୍ରତୋପନୟନ କାର୍ଯ୍ୟ ନିମନ୍ତେ ଶ୍ରୀଯୁକ୍ତ ମନୋଜ ରଥ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ସର୍ବ ବ୍ରାହ୍ମଣ ମହାସଭା ଓଡିଶା ପକ୍ଷରୁ ସମାଜ ସେବା ଓ ସାମୁହିକ ବ୍ରତୋପନୟନ କାର୍ଯ୍ୟ ନିମନ୍ତେ ଶ୍ରୀଯୁକ୍ତ ମନୋଜ ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସମାଜସେବା ଓ ନିୟମିତ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ କରୁଥିବାରୁ ସର୍ବ ବ୍ରାହ୍ମଣ ମହାସଭାର ରାଜ୍ୟ ସମ୍ପାଦକ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ଼ ନାରାୟଣ ମହାପାତ୍ର ଉତ୍କଳ ବିଦ୍ୟୁତ ପରିଷଦର ସଂଚାଳକ ଶ୍ରୀଯୁକ୍ତ ମନୋଜ କୁମାର ରଥଙ୍କୁ ସମ୍ଭର୍ଦ୍ଧିତ କରିଛନ୍ତି । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଉଚ୍ଚ ପଦବୀ ଓ ଇଶ୍ୱରଙ୍କ କୃପାରୁ ସ୍ଵଚ୍ଛଳ ବର୍ଗର ବ୍ରାହ୍ମଣ ଦେବତା ମାନଙ୍କୁ ଆମର ଆର୍ଥିକ ମାନଦଣ୍ଡ ତଳେ ଥିବା ଭାଇ ମାନଙ୍କୁ ସର୍ବଦା ସହଯୋଗ କରିବାକୁ ବିନମ୍ର ଅନୁରୋଧ କରାଯାଇଥିଲା । ଆମର ଗରିବ ବ୍ରାହ୍ମଣ ଭାଇ ଓ ଭଉଣୀ ମାନଙ୍କୁ ସାମାଜିକ ଓ ମାନସିକ ସ୍ତରରେ ସର୍ବଦା ସାହାଯ୍ଯ କରିବାକୁ ଆହ୍ୱାନ ଦିଆଯାଇଥିଲା ଏବଂ ଶ୍ରୀଯୁକ୍ତ ରଥ ଓ ସହଯୋଗୀ ସଦସ୍ୟ ମାନଙ୍କ ଏହି ମାନବୀୟ କାର୍ଯ୍ୟକ୍ରମ ନିମନ୍ତେ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ଉଚ୍ଚ ପଦବୀରେ ଥିବା ସମ୍ମାନୀୟ ବ୍ରାହ୍ମଣ ଅଧିକାରୀ ମାନେ ଛୋଟ ବଡ ଭେଦ ଭାବ ନ ରଖି ଗରିବ ବ୍ରାହ୍ମଣ ଭାଇ ଓ ଭଉଣୀ ମାନଙ୍କର ସମସ୍ୟା ସମାଧାନ ପାଇଁ ଚେଷ୍ଟା କରନ୍ତୁ ।