ବଲାଙ୍ଗିରରେ ନକଲି ନୋଟ୍ ଜବତ

Mar 28, 2024 - 16:32
 18

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଭଇଁସା ଗାଁରୁ ୧ ଲକ୍ଷ ୩୭ ହଜାର ଟଙ୍କାର ନକଲି ୫୦୦ ଟଙ୍କିଆ ନୋଟ୍ ଜବତ ହୋଇଛି। ଏହି ଘଟଣାରେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ରୋହିତ ବସ୍ତିଆ ଓ ବରୁଣ ପାରୱା ଙ୍କ ନିକଟରୁ ଏକ କମ୍ପ୍ୟୁଟର ଓ ପ୍ରିଣ୍ଟର୍ ମଧ୍ୟ ଜବତ କରାଯାଇଛି। ଗାଁରେ ୨୪ ପ୍ରହାର ଚାଲୁଥିବା ବେଳେ ଜଣେ ଗାୟକଙ୍କୁ ନକଲି ନୋଟ୍ ଦେଇଥିଲେ ବରୁଣ। ଗାୟକ ଜଣକ ଏହା ଜାଣିବା ପରେ ଆୟୋଜକ ଓ ପୋଲିସ୍ କୁ ଖବର ଦେଇଥିଲେ। ଏହା ପରେ ଏହି ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି।