କଟକ ଐତିହାସିକ ବାଲିଯାତ୍ରା ଆରମ୍ଭ
କଟକ: କଟକ ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇଛି। ବାଲିଯାତ୍ରାକୁ ଉଦ୍ଘାଟନ କଲେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଚଳିତ ବର୍ଷ ୧୪୦୦ ରୁ ଅଧିକ ଷ୍ଟଲ୍ ରହିଛି। ଆଜି ପ୍ରଥମ ଦିନରେ ଓର୍ମାସ ଷ୍ଟଲ୍ ରେ ଭଲ କିଣାବିକା ହେଉଥିବା ଦେଖିବାକୁ ମିଳିଛି। ସୁରକ୍ଷା ପାଇଁ ବାଲିଯାତ୍ରାରେ ମୁତୟନ ହୋଇଛନ୍ତି ୬୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଓ ଲଗାଯାଇଛି ପ୍ରାୟ ୧୦୦ ଟି ସିସିଟିଭି କ୍ୟାମେରା। ତେବେ ଭିଡ଼ରେ ଛୋଟ ପିଲା ନଆସିବାକୁ ପରାମର୍ଶ ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର।