ଓଡ଼ିଶା ବିଧାନସଭାରେ ପାରିତ ହେଲା ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ୍
ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ପାରିତ ହେଲା ବିଶ୍ଵବିଦ୍ୟାଳୟ ବିଲ୍। ଭୋର ୪ଟା ୩୦ମିନିଟ୍ରେ ପାରିତ ହେଲା ବିଲ୍। ପ୍ରାୟ ସାଢ଼େ ୧୨ ଘଣ୍ଟାର ଚର୍ଚ୍ଚା ପରେ ପାରିତ ହୋଇଥିବା ଜଣାପଡ଼ିଛି। ସାରା ରାତି ସବୁ କ୍ଲଜ ଉପରେ ବିସ୍ତୃତ ଆଲୋଚନା ହୋଇଛି। ସରିଲା ବିଧାନସଭାର ବଜେଟ୍ ଅଧିବେଶନ। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭା ମୁଲତବି କରାଯାଇଛି। ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ ପରେ ମୁଲତବି ହୋଇଛି। ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍ ମଧ୍ୟ ପାରିତ ହୋଇଛି। ବିଲ୍ ପାରିତ ପରେ ଗୃହ ମୁଲତବି କଲେ ବାଚସ୍ପତି ସୁରମା ପାଢ଼ୀ ।