ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ
କଟକ: ଓଡ଼ିଶା ପୋଲିସର ୯୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି I କଟକ ବକ୍ସି ବଜାର ରିଜର୍ଭ ପଡ଼ିଆରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗଦେଇ ଡିଜିପି ୱାଇବି ଖୁରାନିଆ କହିଛନ୍ତି ଯେ, ରାଜ୍ୟରେ ଅପରାଧ ରୋକିବା ଓ ଅପରାଧୀଙ୍କୁ ତୁରନ୍ତ ଧରିବା ପାଇଁ ଓ ତଦନ୍ତରେ ସାହାଯ୍ୟ କରିବା ନିମନ୍ତେ ପୋଲିସ୍ ଅଧିକାରୀଙ୍କୁ ଅତ୍ୟାଧୁନିକ ଲାପଟପ୍ ଓ ସ୍ମାର୍ଟ ଫୋନ୍ ଯୋଗାଇ ଦିଆଯାଇଛି। ସାଇବର ଅପରାଧ ରୋକିବା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି ବୋଲି ପ୍ରକାଶ କରିଛନ୍ତି ଡିଜିପି। ପୋଲିସ୍ କମିଶନର ଡ଼ ସୁରେଶ ଦେବଦତ୍ତ ସିଂହ କହିଛନ୍ତି ଯେ ଓଡ଼ିଶା ପୋଲିସ୍ ରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଦୃଢ଼ ମନୋବଳ ଓ ଇଚ୍ଛା ଶକ୍ତି ଯୋଗୁଁ ଆମେ ଆଗାମୀ ଦିନରେ ଆହୁରି ଅଧିକ ଅପରାଧ ରୋକିବାରେ ସକ୍ଷମ ହୋଇପାରିବା।