ବେଶ୍ ଆକର୍ଷଣୀୟ ହୋଇଛି ରାଜା କ୍ଲବ ପକ୍ଷରୁ ତିଆରି ହୋଇଥିବା ଗଜାନନଙ୍କ ୨୫ ଫୁଟ୍ ମୂର୍ତ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଯଁକୋଟି ଗ୍ରାମର ରାଜା କ୍ଲବର ସମସ୍ତ ସଦସ୍ୟମାନଙ୍କ ସମ୍ମିଳିତ ଉଦ୍ୟମରେ ଏବଂ ଗ୍ରାମବାସୀଙ୍କ ସକ୍ରୀୟ ସହଯୋଗରେ, ରାଜା କ୍ଲବର ଶ୍ରୀ ଗଣେଶ ପୂଜା ର ପଚିଶ ବର୍ଷ ପୂର୍ତ୍ତି ଉପଲକ୍ଷେ ପଚିଶ ଫୁଟ ଉଚ୍ଚତା ବିଶିଷ୍ଟ ଗଜାନନଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରାଯାଇଛି। ପାଞ୍ଚ ଦିନ ଧରି ବିଶ୍ଵଶାନ୍ତି ମହାଯଜ୍ଞ ଆୟୋଜନ ଅବସରରେ ପୂର୍ବ ଦିନ ସଂଧ୍ୟା ରେ ଅଙ୍କୁର ରୋପଣ ସମ୍ପନ୍ନ ସହ ପୂଜା ଉତ୍ସବର ପ୍ରଥମ ଦିବସ ପ୍ରତ୍ୟୁଷରୁ କ୍ଲବର ସଦସ୍ୟମାନଙ୍କ ଦ୍ବାରା ଦେବୀ ନଦୀରୁ ୧୦୮ କଳସ ଯାତ୍ରା ଆରମ୍ଭ ହୋଇ ଗ୍ରାମ ପରିକ୍ରମା କରାଯାଇଥିଲା। ପ୍ରତ୍ୟେକ ଦିନ ନାନା ପୂଜାର୍ଚ୍ଚନା ସହ ପ୍ରବଚନ, ଅଷ୍ଟପ୍ରହର ନାମ ଯଜ୍ଞ ଏବଂ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିବା କ୍ଲବର ସଭାପତି ଏବଂ ସମ୍ପାଦକ ପ୍ରକାଶ କରିଛନ୍ତି।