ଆମ ସଂସ୍କୃତି ଓ ପରମ୍ପରାର ପ୍ରତୀକ ନୂଆଁଖାଇ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

Sep 8, 2024 - 20:59
 6
ଆମ ସଂସ୍କୃତି ଓ ପରମ୍ପରାର ପ୍ରତୀକ ନୂଆଁଖାଇ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇକୁ ମହାନ ଲୋକପର୍ବ କହିବା ସହ ଏହା ଆମ ସଂସ୍କୃତି ଓ ପରମ୍ପରାର ପ୍ରତୀକ ବୋଲି ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ପଶ୍ଚିମ ଓଡ଼ିଶାର ପ୍ରମୁଖ ଦେବୀ ଯଥା ମା’ ସମଲେଶ୍ୱରୀ, ମା’ ପାଟଣେଶ୍ୱରୀ, ମା’ ସୁରେଶ୍ୱରୀ, ମା’ ରାମଚଣ୍ଡୀ ଓ ମା’ ବିନ୍ଧ୍ୟବାସିନୀଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହୁ ବୋଲି ସେ ପ୍ରାର୍ଥନା କରିଥିବା ତାଙ୍କ ସାମାଜିକ ଗଣମାଧ୍ୟମର ପୋଷ୍ଟ ମାଧ୍ୟମରେ କହିଛନ୍ତି। ନୂଆଁଖାଇ ଜୁହାର୍ ଜଣାଇବା ସହ ରାଜ୍ୟବାସୀଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି। ଆଜି ୯:୧୨ ରୁ ୯:୨୭ ମଧ୍ୟରେ ମା ସମଲେଶ୍ଵରୀଙ୍କ ପାଖରେ ଲାଗି ହେଲା ନବାନ୍ନ।