ରଘୁନାଥପୁର ଉପ-ଡାକଘରେ "ମହିଳା ସମ୍ମାନ ସେଭିଙ୍ଗସ୍ ସାର୍ଟିଫିକେଟ୍" ଯୋଜନା ମହୋତ୍ସବ ଅନୁଷ୍ଠିତ

Aug 14, 2023 - 17:01
 6
ରଘୁନାଥପୁର ଉପ-ଡାକଘରେ "ମହିଳା ସମ୍ମାନ ସେଭିଙ୍ଗସ୍ ସାର୍ଟିଫିକେଟ୍" ଯୋଜନା ମହୋତ୍ସବ ଅନୁଷ୍ଠିତ

ଜଗତସିଂହପୁର :ବର୍ତ୍ତମାନ ଭାରତ ସରକାର ମହିଳା ମାନଙ୍କୁ ସବୁ କ୍ଷେତ୍ରରେ ବିକଶିତ କରିବା ସହିତ ଅଗ୍ରାଅଧିକାର ଦେଉଥିବା ବେଳେ ଚଳିତ ବର୍ଷ ଏପ୍ରିଲ ମାସ ୧ ତାରିଖରୁ ଭାରତ ବର୍ଷର ସମସ୍ତ ଡାକଘରେ ଉପଲବ୍ଧ ହେଉଥିବା ଏକ ସ୍ୱତନ୍ତ୍ର ଲାଭଦାୟକ ଯୋଜନା MSSC(ମହିଳା ସମ୍ମାନ ସେଭିଙ୍ଗସ୍ ସାର୍ଟିଫିକେଟ୍) କିପରି ସର୍ବଜନାଦୃତ ହେଇପାରିବ ସେଥିପାଇଁ ପ୍ରଚେଷ୍ଟା କରିଥିଲେ । ଏହି ପରିପେକ୍ଷୀରେ ଆଜି ରଘୁନାଥପୁର ଉପ-ଡାକଘରେ "ମହିଳା ସମ୍ମାନ ସେଭିଙ୍ଗସ ସାଟିପିକେଟ" ଯୋଜନା ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ମହୋତ୍ସବରେ ରଘୁନାଥପୁର ଉପ ଡାକଘର ଅଧୀନରେ ଥିବା ଆଖ ପାଖ ଗ୍ରାମର ରେକର୍ଡ ସଂଖ୍ୟକ ୧୫୦ ମହିଳା ମାନଙ୍କର ୩୦୦୫୦୦୦ ଟଙ୍କା ମୂଲ୍ୟର ୧୫୦ ଟି ଆକାଉଣ୍ଟ ଖୋଲା ଯିବା ସହିତ ସମସ୍ତ ଖାତା ଧାରିଙ୍କୁ ସେହିଦିନ ଖାତାଗୁଡିକ ବିତରଣ କରାଯାଇଥିଲା । ରଘୁନାଥପୁର ଉପ ଡାକଘର ଜଗତସିଂହପୁର ଜିଲ୍ଲା ତଥା କଟକ ଦକ୍ଷିଣ ଡାକ ମଣ୍ଡଳରେ ପ୍ରଥମ ପୋଷ୍ଟ ଅଫିସ ଭାବରେ ଗୋଟେ ଦିନରେ ୧୫୦ MSSC ଆକାଉଣ୍ଟ ଖୋଲିବାରେ ରେକର୍ଡ ଅର୍ଜନ କରିଛି । ଏହି ମହୋତ୍ସବରେ କଟକ ଦକ୍ଷିଣ ଡାକମଣ୍ଡଳର ଡାକ ଅଧିକ୍ଷକ ଶ୍ରୀଯୁକ୍ତ ଗଜେନ୍ଦ୍ର ପ୍ରସାଦ କର ସଭାପତିତ୍ୱ କରିବା ସହିତ ଉପସ୍ଥିତ ଶତାଧିକ ହିତାଧିକାରୀଙ୍କ ନିଜର ବହୁମୂଲ୍ୟ ସମ୍ଭାଷଣ ପ୍ରଦାନ କରିବା ସହିତ ସମସ୍ତ ମହିଳାମାନଙ୍କୁ ନିକଟସ୍ଥ ଡାକଘରକୁ ଯାଇ ଭାରତ ସରକାରଙ୍କ ଏହି ଲାଭଦାୟକ ଯୋଜନାରେ ପୁଞ୍ଜି ନିବେଶ କରି ଲାଭ ଉଠେଇବାକୁ କହିଥିଲେ । ସମ୍ମାନନୀୟ ଅତିଥି ଭାବେ କଟକ ଦକ୍ଷିଣ ମଣ୍ଡଳର ସହକାରୀ ଡାକ ଅଧିକ୍ଷକ ଶ୍ରୀଯୁକ୍ତ ବିଭୂଦତ୍ତ ବେହେରା ଓ ବିଜନେସ ଏଜକ୍ୟୁଟିଭ ଅସିତ କୁମାର ସ୍ୱାଇଁ ମହୋତ୍ସବ କୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଶେଷରେ ଏହି ମହୋତ୍ସବ କୁ ସାଫଲ୍ୟ ମଣ୍ଡିତ କରିବାରେ ବିଶେଷ ଭୂମିକା ଗ୍ରହଣ କରିଥିବା ରଘୁନାଥପୁର ଉପ ଡାକଘରର ସମସ୍ତ SAS ଓ MPKBY ଏଜେଣ୍ଟ ତଥା ଉପ ଡାକପାଳ ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ସେନାପତି, ସହକାରୀ ଡାକ କର୍ମଚାରୀ ଶ୍ରୀଯୁକ୍ତ ଶଶୀକାନ୍ତ ସେଠୀ, ରଞ୍ଜନ କୁମାର ସୂତାର, ଅଶୋକ କୁମାର ବେହେରା ଓ ଅନ୍ୟ କର୍ମଚାରୀ ମାନଙ୍କୁ ଡାକ ଅଧିକ୍ଷକ ଶ୍ରୀଯୁକ୍ତ କର ସର୍ବ ସମ୍ମୁଖରେ ପୁରସ୍କୃତ କରିବା ସହିତ ପ୍ରତେକ ଘରେ ଘରେ ପହଞ୍ଚି ଉକ୍ତ ଯୋଜନାକୁ ପହଞ୍ଚାଇବାରେ ସକ୍ଷମ ହୋଇଥିବା କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ଆଗାମୀ ଦିନରେ କଟକ ଦକ୍ଷିଣ ଡାକ ମଣ୍ଡଳ ଅଧୀନରେ ଥିବା ସମସ୍ତ ଡାକଘରେ ନୋୟୋଜିତ ସମସ୍ତ SAS ଓ MPKBY ଏଜେଣ୍ଟ ମାନଙ୍କ ଜରିଆରେ ଉକ୍ତ ଯୋଜନା କିପରି ଘରେ ଘରେ ପହଞ୍ଚି ପାରିବ ସେଥିପାଇଁ ଅନୁରୋଧ ରଖିଥିଲେ ।