ମହୁମାଛି ଆକ୍ରମଣରେ ଜଣେ ମୃତ, ୪ ଗୁରୁତର
ଭବାନୀପାଟଣା: ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ବାତିଆପଡ଼ା ଗାଁରେ ଘଟିଛି ଏହି ଘଟଣା । ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ। ଜଙ୍ଗଲକୁ କାଠ କାଟିବାକୁ ଯିବାବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି।