ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ
ଭୁବନେଶ୍ୱର: କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଆସନ୍ତାକାଲି ଲଘୁଚାପ ରୂପ ନେବା ସମ୍ଭବନା ରହିଛି। ପ୍ରଭାବରେ ଓଡ଼ିଶାରେ ସେପ୍ଟେମ୍ବର ୨୬ ତାରିଖ ଯାଏଁ ପ୍ରବଳ ବର୍ଷା ଆଶଙ୍କା ରହିଛି। ଆସନ୍ତା ୨୬ ରେ ଉତ୍ତର ଓଡ଼ିଶାରେ ହୋଇପାରେ ପ୍ରବଳ ବର୍ଷା। ତେବେ ଦିନେ ଦୁଇ ଦିନ ମଧ୍ୟରେ ଓଡ଼ିଶାରୁ ବିଦାୟ ନେଇପାରେ ମୌସୁମୀ ବାୟୁ।