ମୁଣ୍ଡଳୀରେ କମୁଛି ଜଳ ପ୍ରବାହ

କଟକ: କଟକ ଜିଲ୍ଲା ମୁଣ୍ଡଳୀରେ ହ୍ରାସ ପାଉଛି ଜଳ ପ୍ରବାହ। ଗତକାଲି ରାତି ୧୧ଟା ପରେ କମୁଛି ଜଳ ପ୍ରବାହ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ତେରମାଣପୁର ଗାଁ ନିକଟରେ ମହାନଦୀରେ ୨୦ ଫୁଟ୍ ର ଘାଇ ସୃଷ୍ଟି ହୋଇଛି। ବଢୁଛି ହୀରାକୁଦ ଜଳସ୍ତର ସମ୍ବଲପୁର ଜିଲ୍ଲାରେ ଥିବା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସକାଳ ୮ଟା ସୁଦ୍ଧା ୬୧୫.୨୧ ଫୁଟ୍ ରେ ପହଂଚିଛି | ହୀରାକୁଦକୁ ପ୍ରବେଶ କରୁଛି ୩,୩୩,୩୪୩ କ୍ୟୁସେକ୍ ଜଳ,ନିଷ୍କାସନ ହେଉଛି ୬୬ ହଜାର ୨୩୫ କ୍ୟୁସେକ୍ ଜଳ |