ହେପାଟାଇଟିସକୁ ନୋଟିଫାଏବଲ୍ ରୋଗ ଭାବେ ଘୋଷଣା କଲେ ଓଡ଼ିଶା ସରକାର

ଭୁବନେଶ୍ୱର : ହେପାଟାଇଟିସକୁ ନୋଟିଫାଏବଲ୍ ରୋଗ ଭାବେ ଘୋଷଣା କଲେ ଓଡ଼ିଶା ସରକାର। ଏଣିକି ହେପାଟାଇଟିସ ରୋଗୀଙ୍କ ସୂଚନା ସରକାରଙ୍କୁ ଦେବେ ସବୁ ସରକାରୀ ଓ ବେସରକାରୀ ହସ୍ପିଟାଲ। ଜିଲ୍ଲା ଓ ରାଜ୍ଯ ସର୍ଭେଲାନ୍ସ ଅଫିସର ମାନଙ୍କୁ ରିପୋର୍ଟ କରିବେ ହସ୍ପିଟାଲ। ହେପାଟାଇଟିସ୍ B ଓ C ର ନିରାକରଣକୁ ସରକାର ଗୁରୁତ୍ବ ଦେଉଛନ୍ତି। ନିର୍ଦ୍ଧାରିତ ସମୟରେ ଚିକିତ୍ସା କରାଗଲେ ରୋଗୀ ସୁସ୍ଥ ହୋଇପାରିବେ। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।