ଓଡ଼ିଶାରେ ମେ ୧୨ ଯାଏଁ ତାତିରୁ ମିଳିବ ଆଶ୍ୱସ୍ତି
ଭୁବନେଶ୍ୱର: ଓଡ଼ିଶାରେ ମେ ୧୨ ତାରିଖ ଯାଏଁ କୋହଲା ପାଗ ଓ କାଳବୈଶାଖୀ ବର୍ଷା ଯୋଗୁଁ ମିଳିବ ତାତିରୁ ଆଶ୍ୱସ୍ତି। ଗତକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଓ ପବନ ହୋଇଛି। ପବନ ଯୋଗୁଁ ବଡ଼ ବଡ଼ ଗଛ ଭାଙ୍ଗିଯାଇଥିଲା। ଭୁବନେଶ୍ୱରର ପ୍ରାୟ ୫୦ ଟି ସ୍ଥାନରେ ଅଗ୍ନିଶମ ବାହିନୀ ଦ୍ଵାରା ଗଛ କାଟି ରାସ୍ତା ସଫା କରାଯାଇଥିଲା। ଆଜି ସକାଳୁ ଭୁବନେଶ୍ୱର ଓ କଟକରେ କୋହଲା ପାଗ ସାଂଗକୁ ଝିପିଝିପି ବର୍ଷା ହୋଇଛି। କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଯୋଗୁଁ ବହୁ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି।